ବିଜୁ ଛାତ୍ର ଜନତା ଦଳ ତରଫରୁ ଜୀବନ ବିନ୍ଦୁ – ୧୫୧ ୟୁନିଟ୍ ରକ୍ତ ସଂଗୃହୀତ

0

ବନେଶ୍ୱର : ଆଜି ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି ବିଶ୍ୱ ପ୍ରତାପ ସାହୁଙ୍କ ନେତୃତ୍ୱରେ ଏକ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ରକ୍ତଦାନ ଶିବିରରେ ୧୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାଶବର୍ମା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଅରୂପ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଶୁସାନ୍ତ ସିଂ,ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ନିଗମ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଅମରେଶ ପତ୍ରୀ, ବିଜୁ ଜନତା ଦଳ ସଂପାଦକ ଅମରେଶ ଜେନା, ଦୁର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ, ସଂଜିତ ମହାନ୍ତି, ଶିଶିର ପରିଜା, ଯୁଗ୍ମ ସଂପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ, ସମୀର ପ୍ରଧାନ, କିଶୋର ନାୟକ, ଦେବାଶିଷ ସୀଟ୍‌, କଟକ ଜିଲ୍ଲା ଛାତ୍ର ସଭାପତି ଆସିଫ୍ ଅମିନ୍‌, ଖୋର୍ଦ୍ଧା ଜିଲ୍ଲା ଛାତ୍ର ଜନତା ସଭାପତି ବିଶ୍ୱଦୀପ ଏବଂ ରାଜ୍ୟ ଓ ଜିଲ୍ଲାସ୍ତରୀୟ ବହୁ ଯୁବଛାତ୍ର ନେତା ଯୋଗଦାନ କରି ରକ୍ତଦାତା ଏବଂ ସ୍ୱେଚ୍ଛୋସେବୀମାନଙ୍କୁ ଉତ୍ସାହିତ କରିଥିଲେ ।
“ରକ୍ତ ଅଭାବରୁ କେହି ମୃତ୍ୟୁବରଣ କରିବେ ନାହିଁ” । ମୁଖ୍ୟମନ୍ତ୍ରୀଙ୍କର ଏହି ଆହ୍ୱାନକୁ ବିଜୁ ଛାତ୍ର ଜନତା ଦଳ ସବୁବେଳେ ପାଳନ କରିଆସିଅଛି । ଭୁବନେଶ୍ୱରରେ ଆଜି ୪୩୦ ତାପମାତ୍ରା ସତ୍ତ୍ୱେ ରକ୍ତଦାତା ଏବଂ ସ୍ୱେଚ୍ଛାସେବୀଙ୍କ ଉତ୍ସାହ ବିଜୁ ଛାତ୍ର ଜନତା ଦଳର ସମାଜ ପ୍ରତି ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି । ଆଜିର ଶିବିରରେ ଛାତ୍ର ଏବଂ ଯୁବକଙ୍କର ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ । ଆଜିର ଏହି ଶିବିରକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଶୁଭମ୍ କୁମାର ପଣ୍ଡା ଏବଂ ସହଯୋଗୀମାନେ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.