ଜଗତସିଂହପୁର/ସୁମନ୍ତ କୁମାର ଦାସ:ବାଲେଶ୍ୱର ଜ଼ିଲ୍ଲା ନୀଳଗିରି ପୋଲିସ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କ ଗୋଡ଼ରେ ବେଡି ପକାଇ ଯେଉଁ ଭଳି ଦ୍ରୁବ୍ୟବହାର ଓ ଅମାନୁଷିକ କାର୍ଯ୍ୟ କରିଛି ତାହାର ପ୍ରତିବାଦରେ ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପୋଲିସ ର ଏହି ଅମାନୁଷିକ କାର୍ଯ୍ୟକୁ ଘୋର ନିନ୍ଦା କରାଯିବା ସହିତ ସମ୍ପୃକ୍ତ ପୋଲିସ କର୍ମଚାରିକୁ କାର୍ଯ୍ୟ ରୁ ବହିଷ୍କାର କରିବା ଦାବି କରି ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ସଭାପତି ଶୁଭଙ୍କର ଜେନା, ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ଉପ ସଭାପତି ତପନ କୁମାର ରାଉତରାୟ, ପ୍ରଳୟ ମହାପାତ୍ର, ସହ ସମ୍ପାଦକ ତାରାପଦ ମହାନ୍ତି, ପିଣ୍ଟୁ ମୁଦୁଲି, କୋଷାଧକ୍ଷ ମାନସ ରଞ୍ଜନ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ସରୋଜ ନାୟକ, ରମାକାନ୍ତ ଦାଶ, ନିରଞ୍ଜନ ସ୍ୱାଇଁ, ଜାମେସ ଗଛୟତ,ଅଶୋକ ରାୟ କମଳା କାନ୍ତ ବାରିକ, ବାବୁଲି ଦାସ, ପ୍ରତାପ ସିଂ, ସୁନାକାର,ସାରଦା ଦାସ, ଈଶ୍ୱର ଦାସ ପ୍ରମୁଖ ପ୍ରତିବାଦ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଏସ ପି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.