ସାମ୍ବାଦିକଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ମିଡ଼ିଆ ବ୍ରଦର୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

0 2

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି): ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ମିଡ଼ିଆ ବ୍ରଦର୍ସ ସାମ୍ବାଦିକ ସଂଗଠନ ପକ୍ଷରୁ ଦିନକୁ ଦିନ ସାମ୍ବାଦିକଙ୍କ ପ୍ରତି ଯେଉଁଭଳି ଭାବେ ପୋଲିସ ଓ ପ୍ରଶାସନ ତରଫରୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଦୃଢ ପ୍ରତିବାଦ କରାଯିବା ସହ ଏହା ସମ୍ପର୍କରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି । ସୂଚନାଥାଉକି କ୍ରମାନ୍ୱୟ ଭାବେ ଗତ ୫ତାରିଖରେ ବାଲେଶ୍ୱର ଜିଲ୍ଲା ନିୀଳଗିରିର କନକ ନିଉଜର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଥାନାରେ ପୋଲିସର ମାଡ଼ ଏବଂ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି କରାଯାଇ ଗୋଡ଼ରେ ବେଡ଼ି ପକାଇ ରଖାଯାଇଥିଲା ଏବଂ ଜଗତସିଂହପୁର ଜିଲ୍ଲାର ନ୍ୟୁଜ ୭ ର ସାମ୍ବାଦିକ ମନୋଜ ଦାସ ଙ୍କୁ ବିରିଡ଼ି ବ୍ଲକ ବିଡ଼ିଓ ଙ୍କ ଅଶାଳୀନ ବ୍ୟବହାର ସହ ଧମକ ଚମକ ଦିଆଯାଇଥିଲା । ତେବେ ଦିନକୁ ଦିନ ପୋଲିସ ଓ ପ୍ରଶାସନର ସାମ୍ବାଦିକମାନଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ଦୃଢ ପ୍ରତିବାଦ କରାଯାଇ ମିଡ଼ିଆ ବ୍ରଦର୍ସର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ରାଉତଙ୍କ ସଭାପତିତ୍ୱରେ , ନ୍ୟୁଜ ୭ ର ସାମ୍ବାଦିକ ସୀତାନାଥ ସିଂ, ଉପସଭାପତି ରମେଶ ଚନ୍ଦ୍ର ଜେନା, ସଂପାଦକ ଅମିତାଭ ମହାପାତ୍ର, ସହସଂପାଦକ ଇଜାଜ୍ ଖାଁ, ମିଡିଆ ସଂଯୋଜକ ପ୍ରଫୁଲ୍ଲ ମହାପାତ୍ର, କୋଷାଧ୍ୟକ୍ଷ ଜଗନ୍ନାଥ ପଣ୍ଡା, ଉପଦେଷ୍ଟା ପ୍ରତାପ ଶତପଥି, ଉମାଶଙ୍କର ସାହୁ, ପ୍ରକାଶ ଚନ୍ଦ୍ର ରାଉଳ, ପ୍ରମୋଦ ସ୍ୱାଇଁ, ସତ୍ୟଜିତ୍ ମହାପାତ୍ର, ରଣଜିତ୍ ମଲ୍ଲିକ, ମନୋରଂଜନ ଭୂୟାଁ, ଦେବେନ୍ଦ୍ର ଷଢଙ୍ଗୀ, ନିର୍ମଳ ପଡିହାରୀ, ସତ୍ୟପ୍ରକାଶ ସ୍ୱାଇଁ ଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଦାବିପତ୍ର ନିଶ୍ଚିନ୍ତକୋଇଲି ତହସିଲଦାର କର୍ଣ୍ଣଦେବଙ୍କ ଜରିଆରେ ପ୍ରେରଣ କରିଥିଲେ । ଏହି ଘଟଣାମାନକୁ ଗୁରୁତର ସହକାରେ ନିଆଯାଇ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦୋଷୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ବାଦିକ ସଂଘ ତରଫରୁ ଦୃଢ ଦାବି ହୋଇଛି ।

Leave A Reply

Your email address will not be published.