ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ଗରିବ ଜନସାଧାରଣଙ୍କ ପାଇଁ ଏକ ଉଚ୍ଚକୋଟିର ଯୋଜନା : ସଭାପତି ସମୀର ମହାନ୍ତି

0 2

ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଲାଭାର୍ଥୀମାନଙ୍କ ପାଇଁ ସମ୍ମିଳନୀ 

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିଷ୍ଠା ଦିବସ ଅବସରରେ ତଥା ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ ଅବସରରେ ନିଶ୍ଚିନ୍ତକୋଇଲି ସ୍ଥିତ ରାଧାକୃଷ୍ଣ କଲ୍ୟାଣୀମଣ୍ଡପରେ ପ୍ରଧାନମନ୍ତ୍ରୀ ଲାଭାର୍ଥୀମାନଙ୍କ ପାଇଁ ଏକ ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗଦାନ କରି ବିରୋଧୀ ଶାସକ ଦଳକୁ କଟୁ ସମାଲୋଚନା କରିବା ସହ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ବହୁ ପଂଚାୟତ ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଭବାନ ହୋଇଥିବା ଯୋଗ୍ୟ ହିତାଧିକାରୀମାନଙ୍କ ଘରକୁ ଯାଇ ଭଲ ମନ୍ଦ କଥା ବୁଝିଥିଲେ । ଏପରିକି ଶ୍ରୀ ମହାନ୍ତି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ଗରିବ ଜନସାଧାରଣଙ୍କ ପାଇଁ ଏକ ଉଚ୍ଚକୋଟିର ଯୋଜନା । ଏହି ଯୋଜନାରେ ୨କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହୋଇଛନ୍ତି କିନ୍ତୁ ଦୀର୍ଘ ଦୁଇ ବର୍ଷ ହେବ ଶାସକ ଦଳର ଦୁର୍ନୀତି ପାଇଁ ବହୁ ଲୋକ ଏହି ଯୋଜନାରୁ ବଂଚିିତ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ଏହି ସଭାରେ ବିଜେପି ନେତ୍ରୀ ଯାଜ୍ଞସେନୀ ଜେନା, କମଳା ବସ୍ତିଆ, ବରିଷ୍ଠ ନେତା ବିବେକାନନ୍ଦ ବେହେରା,ମନୋରଂଜନ ନାୟକ,ବିଶ୍ୱନାଥ ଜେନା, ବିଜେପି ନେତ୍ରୀ ମିତାଞ୍ଜଳି ସାମଲ, ଭାଗ୍ୟଶ୍ରୀ ଜେନା,କଲ୍ୟାଣୀ ସେଠୀ, ସରପଂଚ ମଧୁସ୍ମିତା ରାଉତ, ସମିତିସଭ୍ୟ ସବିତା ସିଂ, ମଣ୍ଡଳ ସଭାପତି ରଞ୍ଜନ ରାଉତ,ଅଶୋକ ସାହୁ,କୈଳାସ ବେହେରା, ହେମନ୍ତ ରାଉତ, ସୁଧାଂଶୁ ଭୂୟାଁ ଙ୍କ ସମେତ ବହୁ ବିଜେପି କର୍ମୀ ଓ ସାଧାରଣ ଲୋକେ ଯୋଗଦାନ କରି ଏହି ସମ୍ମିଳନୀକୁ ସଫଳ କରାଇଥିଲେ ।

Leave A Reply

Your email address will not be published.