ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:: ଅଲ ଓଡ଼ିଶା ଅଙ୍ଗନବାଡ଼ି ମହିଳା କର୍ମୀ ସଙ୍ଗଠନ ଦେବଗଡ଼ ଜିଲ୍ଲା ଶାଖା ତରଫରୁ ୧୪ଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସ୍ଥାନୀୟ ଗୋପାଳଜୀଉ ମନ୍ଦିର ସମ୍ମୁଖରୁ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ମଞ୍ଜୁବାଳା ଜେନା ଓ ସମ୍ପାଦିକା ନଳିନୀ ନନ୍ଦ ଙ୍କ ନେତୃତ୍ୱରେ ଜିଲ୍ଲା ରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ।ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଙ୍ଗନବାଡ଼ି କର୍ମୀ ମାନଙ୍କ ମାସିକ ଦରମା ୨୧ହଜାର ଓ ସହାୟିକା ମାନଙ୍କୁ ୧୫ହଜାର ଦରମା ପ୍ରଦାନ ସହ ମାସିକ ୫ହଜାର ଟଙ୍କା ପେନସନ ବ୍ୟବସ୍ଥା କରିବାକୁ ଦାବି ପତ୍ର ରେ ଉଲ୍ଲେଖ କରିଥିଲେ। ଏଥି ସହିତ ଆନ୍ଦୋଳନ ବେଳେ ବହିଷ୍କୃତ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ପୁନଃ ନିଯୁକ୍ତି ସମେତ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରୁଥିଲେ।
Sign in
Sign in
Recover your password.
A password will be e-mailed to you.
Next Post