ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:: ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ନିମନ୍ତେ ପୋଲିସ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଭର୍ତି ହୋଇଥିବା ୨ ଟି ଯାନ ଆଜି ଦେବଗଡ଼ ଜିଲ୍ଲା ବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ଯୋଗଦେଇ ସବୁଜ ପତାକା ଦେଖାଇ ଦେବଗଡ଼ ଆଦର୍ଶ ଥାନା ଓ ବାରକୋଟ ଥାନା ପାଇଁ ଦୁଇଟି ଅମର୍ଜେନ୍ସି ରେସ୍ପନ୍ସ ସିଷ୍ଟମ ଯାନ ର ଶୁଭାରମ୍ଭ କରିଥିଲେ।
୧୧୨ ନମ୍ବର ଡାଇଲ କରି ଯେ କୌଣସି ଜରୁରୀ ପରିସ୍ଥିତି ପାଇଁ ଜନସାଧାରଣ ପୋଲିସ ର ସହାୟତା ଲୋଡିଲେ ସ୍ଵତନ୍ତ୍ର ଟିମ ଉକ୍ତ ସ୍ଥାନରେ ପହଞ୍ଚି ସେବା ଯୋଗାଇ ଦେବ ବୋଲି ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଆଇବି ଡିଏସପି ପ୍ରଦିପ କେରକେଟା, ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.