ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷ ପଦବୀ ବିଜେଡି ହାତକୁ ଯାଇଥିବା ବେଳେ ପୌର ପରିଷଦ ଉପାଧ୍ୟକ୍ଷ ବିଜେପି ହାତକୁ ଯାଇଛି।୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦ ର ଚଳିତ ନିର୍ବାଚନ ରେ ବିଜେପି କୁ ୬ଟି କାଉନସିଲର ମିଳିଥିବା ବେଳେ ବିଜେଡି କୁ ୪ ଓ ଜଣେ ସ୍ଵାଧୀନ କାଉନସିଲର ବିଜୟ ଲାଭ କରି ପୌର ପରିଷଦ କୁ ନିର୍ବାଚିତ ହୋଇଥିଲେ।
ଗତକାଲି ଅନୁଷ୍ଟିତ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନରେ ବିଜେପି ପକ୍ଷରୁ ପରଜିତ କୁମାର ଭୋଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ସେହିପରି ବିଜେଡି ତତଫରୁ ଯତୀନ କୁମାର ନାୟକ ନାମାଙ୍କନ ପତ୍ର ଦାଖଲ କରିଥିଲେ।ମତଦାନ ପରେ ଫଳାଫଳ ବିଜେପି ପ୍ରାର୍ଥି ପରଜିତ ଙ୍କୁ ୭ ଖଣ୍ଡ ଭୋଟ ମିଳି ତାଙ୍କ ସପକ୍ଷରେ ଯାଇଥିଲା। ସ୍ଵାଧୀନ ପ୍ରାର୍ଥି ମତଦାନ କରିନଥିବା ବେଳେ ବିଜେପି କୁ ୭ ଓ ବିଜେଡି କୁ ୩ ଖଣ୍ଡ ଭୋଟ ମିଳିଥିଲା। ବିଜେଡି ର କେହି ଜଣେ କାଉନସିଲର ବିଜେପି ସମର୍ଥିତ ପ୍ରାର୍ଥୀ ଙ୍କୁ ସପୋର୍ଟ କରି ଥିଲେ ଫଳରେ ୭-୩ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପରଜିତ କୁମାର ଭୋଜ ବିଜୟ ଲାଭ କରି ପୌର ଉପାଧ୍ୟକ୍ଷ ଆସନ ଦଖଲ କରିଥିଲେ
Sign in
Sign in
Recover your password.
A password will be e-mailed to you.