ରାଉରକେଲା(ବସନ୍ତ କୁମାର ଜେନା); ଆସନ୍ତା ୧୦ ତାରିଖରେ ଶ୍ରୀ ରାମ ନବମୀ। କୋଭିଡ କଟକଣା ଯୋଗୁଁ ୨ ବର୍ଷ ହେଲା ରାମ ନବମୀ ଉତ୍ସବରେ ଭଟ୍ଟା ପଡିଯାଇଥିଲା। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ସମ୍ପୂର୍ଣ୍ଣ କୋହଳ କରାଯାଇଥିବାରୁ ରାଉରକେଲା ର ବିଭିନ୍ନ ରାମ ନବମୀ ଆଖାଡା କମିଟି ଉତ୍ସାହିତ ହୋଇ ପଡିଛନ୍ତି।
ରାମନବମୀ ପୂଜା ସହ ଶୋଭାଯାତ୍ରା ବାହାର କରିବାକୁ ପ୍ରସ୍ତୁତି ଚାଲିଛି। ମାତ୍ର ଶୋଭାଯାତ୍ରାର ଅନୁମତି ଦେବାକୁ ସୁନ୍ଦରଗଡ ଜିଲ୍ଲାପାଳ ମନା କରିଦେବା ପରେ ବିଭିନ୍ନ ଅଖାଡା କମିଟି ମାନଙ୍କରେ ନିରାଶା ଖେଳି ଯାଇଥିଲା। ଗୁରୁବାର ଦିନସାରା ଅଖାଡା କମିଟି ଏବଂ ପୋଲିସ ପ୍ରଶାସନ ସହ ଏ ବାବଦରେ ବିଚାର ବିମର୍ଷ କରାଯାଇଥିଲା। ଅଖାଡା କମିଟି ର ସଦସ୍ୟ ମାନେ ରାଉରକେଲା ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ର ଏବଂ ଏସପି ମୁକେଶ କୁମାର ଭାମୁ ଙ୍କୁ ସାକ୍ଷାତ କରି ଶୋଭାଯାତ୍ରା ଲାଗି ଅନୁମତି ପ୍ରଦାନ କରିବାକୁ ନିବେଦନ କରିଥିଲେ। ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଆଖାଡା କମିଟି ସଦସ୍ୟ ଙ୍କ ବୈଠକ ବସି ସମସ୍ୟାର ସମାଧାନ ଲାଗି ଆଲୋଚନା ଚାଲିଥିଲା ।
ଶେଷର ପ୍ରଶାସନ ପକ୍ଷରୁ ସହରର ମୁଖ୍ୟ ରାସ୍ତା ପରିବର୍ତ୍ତେ ରିଙ୍ଗରୋଡ଼ ରେ ଶୋଭାଯାତ୍ରା ବାହାର କରିବାକୁ ପ୍ରସ୍ତାବ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.