ସୁଵର୍ଣପୁର (ପ୍ରକାଶ ହାତୀ): ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା କକ୍ଷ ଠାରେ ବିଶ୍ୱ ସ୍ୱାସ୍ଥ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱରଜନ ପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ସଭାର ସ୍ୱଚ୍ଛ ଭାରତ ସଙ୍ଗଠନ (ସୋନପୁର-ମନୁମୁଣ୍ଡା) ବାରିଷ୍ଟ ସଦସ୍ୟ ଅଲିମୁଳ ଇସେଲମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଡା. ରମେସ ଚନ୍ଦ୍ର ସ୍ବାଇଁ, ଡି ପି ଏଚଓ ତଥା ଏଡି ପି ଏଚ ଓ ଡ଼ା. ପଦ୍ମହଂସା ଦୋରା,ଏଡ଼ି ପି ଏଚ ଓ( ଟିବି/ଲେପ୍ରା)ଡ଼ା.ପ୍ରକାଶ ଦଣ୍ଡସେନା,ମେଡିକାଲ ଅଫିସର ପିପିସି ସଞ୍ଜୀବ କୁମାର କର,ଡିପିଏମ ଡି ବି ସି ଏସ ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ।ସଭାରେ ଅତିଥିମାନେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ୨୦୨୨ବର୍ଷର ଶୀର୍ଷକ “ଆମର୍ ବିଶ୍ଵ ଆମର୍ ସ୍ୱାସ୍ଥ୍ୟ” ଉପରେ ଗୁରୁତ୍ୱାରୋପ କରିବା ସହିତ ବ୍ୟାପକ ଜନ ସଚେତନତାସୁଷ୍ଟି କରି ବ୍ୟକ୍ତି ଠାରୁ ଆରମ୍ଭ କରି ସାରା ବିଶ୍ୱ କୁ କିପରି ସ୍ୱାସ୍ଥ୍ୟ ରଖି ପାରିବା ତଥା ବ୍ୟକ୍ତି ବିଶେଷ ନିଜର ମଜଭୁତକୁ କିପରି ସ୍ୱାସ୍ଥ୍ୟ ରଖୀ ପାରିବା ସେ ଉପରେ ଗୁରୁତ୍ୱାରୋପ କରିବା ସହିତ ଜନ ସଚେତନତା ସୁଷ୍ଟି ଉପରେ ମତ ବ୍ୟକ୍ତ ପ୍ରକାଶ କରିଥିଲେ। ରକ୍ତ ଦାତା ମନୋଜ କୁମାର ପଣ୍ଡା (୩୭)ଥର ରକ୍ତ ଦେଇଥିଲେ।ସମାଜ ସେବି ବୃନ୍ଦାବନ ରଥ,ସାମ୍ବାଦିକ ମନରଞ୍ଜନ ତ୍ରିପାଠୀ ନିଜ ନିଜର ଅନୁଭୂତି ଉପରେ ଆଲୋକ ପାତ କରିଥିଲେ।ଏହି ସଭାରେ ସ୍ୱଚ୍ଛ।ଭାରତର ସମସ୍ତ ସଭ୍ୟ ଓ ମେଡିକାଲ ସେବିକା ଯୋଗ ଦେଇଥିବା ବେଳେ ଏନ ସି ଡି ପରାମର୍ଶଦାତ୍ରି ଗୀତା ରାଣୀ ମେହେର,ଡି ଇଓ ନାରାୟଣ ରଥ କାର୍ଯ୍ୟକ୍ରମ କୁସହଯୋଗ କରିଥିଲେ।ଜିଲ୍ଲା ସ୍ୱାସ୍ଥ ବିଭାଗ ର ଅଧିକାରୀ ଅକୁର କୁମାର ହୋତା ପରିଚାଳନା କରିଥିବା ବେଳେ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.