ନୂଆପଡା ରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବିରିଘାଟ ଗୋଡଧୁଆପଦର ରାସ୍ତାର ସୁନ୍ଦର ନଦୀ ଉପରେ ଗତ ୨୦୧୮ ମସିହାରେ ବିଜୁ ସେତୁ ନିର୍ମାଣ ପାଇଁ ୬ କୋଟି ୪୮ ଲକ୍ଷ ବ୍ୟୟରେ ବଜରଙ୍ଗ ଅଗ୍ରୱାଲ ନାମକ ଜଣେ ଠିକାଦାର କାର୍ଯ୍ୟାଦେଶ ପାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏବଂ ଏହି କାର୍ଯ୍ୟ ୨୦୨୦ ଅଗଷ୍ଟ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା କଥା । ବର୍ତ୍ତମାନ ସୁଦ୍ଧା ବିଜୁ ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଆଖପାଖ ପ୍ରାୟ ୧୫ ଖଣ୍ଡ ଗାଁ ର ହଜାର ହଜାର ଲୋକେ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଠିକାଦାରଙ୍କ ମନମୁଖୀ କାମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ତୃପକ୍ଷଙ୍କ ଅବହେଲା ଯୋଗୁ ସେତୁ ନିର୍ମାଣ କାର୍ଯ୍ୟ ଅଗଧି ଶେଷ ହୋଇ ଦୁଇବର୍ଷ ବିତିଗଲାଣି ତଥାପି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁ ନାହିଁ ବର୍ତ୍ତମାନ ସୁଦ୍ଧା ସେତୁର ନିର୍ମାଣ କାର୍ଯ୍ୟ ମାତ୍ର ୪୦ ପ୍ରତିଶତ କାମ ହୋଇଥିବା ବେଳେ ସେତୁର ସ୍ଲାପ କାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି, ଯାହାକୁ ନେଇ ସ୍ଥାନିୟ ଲୋକଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି । ସୁନ୍ଦର ନଦୀରେ ସେତୁ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ସ୍ଥାନୀୟ ଲୋକ ତଥା ଜନ ପ୍ରତିନିଧି ମାନେ ଜିଲ୍ଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ଖଡିଆଳ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରୁଛନ୍ତି । ହେଲେ ଫଳ ଶୂନ୍ୟ । ଏ ନେଇ ଖଡିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଖଡିଆଳ ଡିଭିଜନରେ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେତୁ କାମ ବିଳମ୍ବ ହୋଇଥିବା କଥାକୁ ସ୍ୱୀକାର କରିବା ବେଳେ ସେତୁର ୩ ଟି ସ୍ଲାପ ଶେଷ ହୋଇଛି ଆସନ୍ତା ୨ ମାସ ମଧ୍ୟରେ ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.