ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଅଡସପୁରକୁ ସଂଯୋଗ କରୁଥିବା ଆଳିପିଙ୍ଗଳ ପୋଲ ପ୍ରବେଶ ପଥରେ ବାଲିମାଫିଆ ଏକ ଚାପରେ ଜଗତସିଂହପୁର ଉକ୍ତ ଓ ଗୃହ ନିର୍ମାଣ ବିଭାଗ ଏକ ବ୍ୟାରିକ ନିର୍ମାଣ କରିବା ଦ୍ୱାରା ଆଳିପିଙ୍ଗଳ ପୋଲ ଦେଇ କୌଣସି ବାସ୍ ଟ୍ରକ୍ ଦେଇ ଯାତାୟାତ କରିପାରୁନାହିଁ।ଦୈନ ଦିନ ଜଗତସିଂହପୁର ରୁ ଅଡସ ପୁରରୁ ଯାତାୟାତ କରୁଥିବା ବସ୍ ମାଲବାହିଁ ଗାଡି ଯାତାୟତ ବନ୍ଦ ହେବାରୁ ଆଖପାଖ ୧୦ ଟି ପଞ୍ଚାୟତରୁ ହଜାର ହଜାର ଜନସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୃହଉପକରଣ କ୍ରୟ ବିକ୍ରୟ ନିମନ୍ତେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ।ଏ ନେଇ ଦଶ ଟି ପଞ୍ଚାୟତର ଜନ ସାଧାରଣ ଆସନ୍ତୋଷ ପ୍ରକାଶ କରି ଜୋରଦାର ଆନ୍ଦୋଳନ କରିଛନ୍ତି ।ଆଳିପିଙ୍ଗଳ ପୋଲ ବଛାସାହିଲ ଠାରେ ଶତାଧିକ ଜନ ସାଧାରଣ ଟାୟାର ଜାଳି ଅଭିନବ ଉପାୟରେ ପ୍ରତିବାଦ କରିବା ସହିତ ଆଳିପିଙ୍ଗଳ ପୋଲ ଉପରୁ ବ୍ୟାରିକେଟ ସମ୍ପୂର୍ଣ୍ଣ ହଟାଇବାକୁ ଦାବି କରି ରାସ୍ତା ଅବରୋଧ କରିଛନ୍ତି l ଜିଲ୍ଲା ପ୍ରଶାସନ ଆଳିପିଙ୍ଗଳ ପୋଲର ପ୍ରବେଶ ପଥରୁ ଖୁବ ଶୀଘ୍ର ବ୍ୟାରିକେଟ ଉଚ୍ଛେଦ କରିବାକୁ ଜିଲ୍ଲାପାଳକୁ ଅଞ୍ଚଳବାସୀ ଦାବି କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post