ନିୟମଗିରି ପାହାଡ ପାଣି ରେ ଶୋଷ ମେଣ୍ଟାଉଛନ୍ତି ଗ୍ରାମ ବାସୀ।

0

କଲ୍ୟାଣସିଂ ହପୁର-ପ୍ରଦୀପ ଦଳାଇ//ଗ୍ରୀଷ୍ମପ୍ରବାହ ରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି ।ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦର ପଞ୍ଚାୟତ ଗୌଡ଼ପାତଲମ୍ବାରେ ।ପ୍ରାୟ ୪୬ ବର୍ଷ ହେବ ଗୌଡ଼ପାତଲମ୍ବାରେ ପ୍ରାୟ ୫ ଘର ରହିଛି ।କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ଗାଁରେ ନଳକୂପ ଖଣ୍ଡିଏ ହୋଇପାରି ନାହିଁ ।ଯାହାଫଳରେ ଗ୍ରାମବାସୀ ସୁଧ ପାନୀୟ ଜଳ ପାଇ ନାହିଁନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି ।ଏହି ଲୋକମାନେ ଗାଁ ନିକଟ ଦେଇ ନିୟମଗିରି ପାହାଡ ରୁ ବୋହି ଆସୁଥିବା ପାତଲମ୍ବା ନାଳରେ ଗାଧଇବା ସହ ଶୌଚ କରୁଥିବା ବେଳେ ତାହାର ନିକଟରେ ଏକ ପଥର ମଝିରେ ଚୁଆ କରି ସେଥିରୁ ପାଣି ନେଇ ଘରେ ବ୍ୟବହାର କରୁଛନ୍ତି ।ବର୍ତ୍ତମାନ ଖରା ଯୋଗୁ ନାଳ ଶୁଖିଯାଉଥିବା ବେଳେ ଚୁଆ ର ପାଣି ମଧ୍ୟ ସୁଖୀ ଯାଉଛି ବୋଲି ଗ୍ରାମବାସୀ କହିଛନ୍ତି ।ଉକ୍ତ ଚୁଆ ନିକଟରେ ଏକ କୁକୁର ମାରି ପଡ଼ିଥିଲେ ଭାଗ୍ୟକୁ ଆଦରି ଉକ୍ତ ପାଣିକୁ ବ୍ୟବହାର କରୁଛନ୍ତି ।ଯଦି ଏହି ଚୁଆ ର ପାଣି ଶୁଖିଗଲେ ଗାଁ ଠାରୁ ପ୍ରାୟ ୧ କିମି ପାହାଡିଆ ରାସ୍ତା ଅତିକ୍ରମ କରି ପାଣି ଆଣିବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି ।ଏବିଷୟରେ ପଞ୍ଚାୟତ ଠାରୁ ବ୍ଲକ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କୁ ବାରମ୍ବାର ଲିଖିତ ଜଣାଇବା ପରେ ବି କୌଣସି ସୁଫଳ ମିଳି ପାରିନାହିଁ ବୋଲି କହିଛନ୍ତି ।ବହୁ ବାର ଅଭିଯୋଗ ପରେ ଗତ ବର୍ଷ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ନଳକୂପ ଗାଡି ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ।କୌଣସି କାରଣରୁ ନଳକୂପ ଗାଡି ଫେରାଇ ନେଇଯାଇଥିବା ଗାଁର ଗୌରାଙ୍ଗ ବାଗ, କପୁର ବାଗ, ଚିତ୍ର ବାଗ, ପିତାମ୍ବର ବାଗ, ଅଜିତ ବାଗ, ରାଜେଶ ବାଗ କହିଛନ୍ତି ।ଏବିଷୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନିଲିମା ଙ୍କୁ ବାରମ୍ବାର ଯୋଗାଯୋଗ କଲେ ଫୋନେ କୋଲ ଉଠାଉନାହାନ୍ତି ।

Leave A Reply

Your email address will not be published.