ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

0

 ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧୀନରେ କଟକ ପାରାଦ୍ୱୀପ ରାସ୍ତା ମଣିଚରଣ ସାରଳା ଏକାଡେମୀ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳରେ ୨୯ ଟି ପଞ୍ଚାୟତ ର ୧୭୦ ଟି ପ୍ରକଳ୍ପ ସାମିଲ ହୋଇଥିଲା l ସେଥିମଧ୍ୟରୁ ୬ ଟି ପ୍ରକଳ୍ପ ଜ଼ିଲ୍ଲାସ୍ତରକୁ ମନୋନୀତ ହୋଇଥିଲା l ଏହି ବିଜ୍ଞାନ ମେଳାକୁ ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ l ବିଜ୍ଞାନ ମେଳାରେ ବିଚାରକ ଭାବେ ଭାଗବତ ହେମ୍ବ୍ରମ ଓ ପୁଷ୍ପିତା ସାହୁ ଉପସ୍ଥିତ ରହି ପ୍ରକଳ୍ପ ଗୁଡିକ ପରୀକ୍ଷା କରିଥିଲେ l ସେଥିମଧ୍ୟରୁ ୬ ଟି ପ୍ରକଳ୍ପ କୁ ଜ଼ିଲ୍ଲାସ୍ତରକୁ ଚୟନ କରିଥିଲେ l ସାରଦା ଏକାଡେମୀ କନକପୁର ରାଜଲକ୍ଷ୍ମୀ ଲେଙ୍କା, ମହିଳୋ ସରକାରୀ ସ୍କୁଲ ର ବିଭୁ ଭୂଷଣ ବାରିକ, ଯୋଗଦେଇ ସ୍କୁଲର ରୁଦ୍ର ଦତ୍ତ ସୁତାର, କୋଲର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍ଵାତି ସ୍ଵଦେଷ୍ଣା ମହାନ୍ତି, କଟରା ରାଧାକାନ୍ତ ବିଦ୍ୟାମନ୍ଦିର ର ପ୍ରୀତି ପ୍ରିୟମ୍ବଦା ସ୍ୱାଇଁ, ତିର୍ତ୍ତୋଲ ମଣି ଚରଣ ସାରଳା ଏକାଡେମୀ ର ସାଇ ପ୍ରେମ ଜିତ ଜେନା ପ୍ରମୁଖ ଜ଼ିଲ୍ଲାସ୍ତରକୁ ଚୟନ ହୋଇଥିଲେ l
ଜୁନିଅର ପ୍ରକଳ୍ପ ଚୟନରେ ଶ୍ରୀଷ୍ଟି ମହାନ୍ତି ପ୍ରଥମ, ଆୟୁଷ ସ୍ୱାଇଁ ଦ୍ୱିତୀୟ, ଅର୍ଚ୍ଚିତା ବାରିକ ତୃତୀୟ ସ୍ଥାନ ହୋଇଥିଲେ l ଏହି ବିଜ୍ଞାନ ମେଳା ର ଉଦଯାପନୀ ପୁରସ୍କାର ବିତରଣ ଉତ୍ସବ ରେ ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀ ଅନନ୍ତ ଭୂୟାଁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର, ମୁଖ୍ୟ ବକ୍ତା ତିର୍ତ୍ତୋଲ କଲେଜ ର ଅଧକ୍ଷ କ୍ୟାପଟେନ ଜ୍ଞାନଜ ସାମନ୍ତରାୟ, ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l ସି ଆର ସି ସି ଅକ୍ଷୟ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ କମଳ କୁମାର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l କୃତି ବୈଜ୍ଞାନିକ ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ l ସି ଆର ସି ସି ତାପସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷକ ବାବୁଲି ସ୍ୱାଇଁ, ସମରେନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ମହାପାତ୍ର, ମହେନ୍ଦ୍ର ଆଚାର୍ଯ୍ୟ ଦୀପକ ବିଶ୍ୱାଳ, ଧୀରେନ୍ଦ୍ର କୁମାର ମନ୍ତ୍ରୀ, ଶ୍ରୀମନ୍ତ ସୁତାର, ଛଚିନ୍ଦ୍ର ସାହୁ, ରଜନୀ କାନ୍ତ ବେହେରା, ଭାବ ଗ୍ରାହୀ ସୁତାର, ଆଲୋକ ମହାପାତ୍ର, ସ୍ଵାଗତିକା ମହାପାତ୍ର, ପ୍ରତାପ ସାହୁ, ପ୍ରଦୀପ୍ତ ରଥଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ l

Leave A Reply

Your email address will not be published.