ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଘେଁସ କ୍ଳଷ୍ଟର ଅର୍ନ୍ତଗତ ଝାଙ୍କରପାଲିସ୍ଥିତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲିଧର ବେହେରାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷକ ଲକ୍ଷ୍ମଣ ବରିହାଙ୍କ ସଭାପତିତ୍ୱରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସୋହେଲା ବିଇଓ ଅମୃତା ସାହୁ ମୁଖ୍ୟ ଅତିଥି, ଏବିଇଓ ମନୋହର ଓଟି, ସିଆରସିସି ଗୌର କନ୍ଧ, ସିଆସିସି ସୁରେନ୍ଦ୍ର ସାହୁ, ଘେଁସ ସରପଂଚ ଗୋକୁଲଚନ୍ଦ୍ର ଦାସ, ସ୍କୁଲ ଚେୟାରମେନ ଜଗବନ୍ଧୁ ବରିହା, ଭାଇସ ଚେୟାରମେନ ଜଜ୍ଞସେନୀ ସେଠ, ମୋତିଲାଲ ବରିହା, ସାହିତିକ ସେଖ ଜଲିଲ, ଗଣପତୀ ବରିହା, ରାମକରନ ପଧାନ ଓ ପ୍ରମୋଦ କୁମ୍ଭାର ପ୍ରମୁଖ ସମ୍ମନୀତ ଅତିଥି ଭାବେ ମଂଚାସୀନ ଥିଲେ । ଶ୍ରୀଯୁକ୍ତ ବେହେରାଙ୍କୁ ମୁଖ୍ୟ ଅତିଥି ବିଇଓ ଶ୍ରୀମତୀ ସାହୁ ଉପଢୌକନ ଓ ପୁଷ୍ପଗୁଚ୍ଚ ଦେଇ ସମ୍ବର୍ଦ୍ଧିତ କରିବା ସହ ସୁଦୂର ଭଦ୍ରକ ଜିଳ୍ଳାରୁ ଆସି ଝାଙ୍କରପାଲି ଭଳିଆ ଏକ ଆଦିବାସୀ ମଫସଲ ଗ୍ରାମର ବିଦ୍ୟାଳୟରେ ଦୀର୍ଘ ୨୮ ବର୍ଷ ଶିକ୍ଷକତା କରି ସ୍କୁଲର ଅନେକ ଉନ୍ନୟନ ମୂଳକ କାମ କରିବା ସହ ସେହି ସ୍କୁଲରେ ଅବସର ନେବା ଘଟଣା ଶିକ୍ଷା ବିଭାଗ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ଭୁୟସୀ ପ୍ରଶଂସା କରିଥିଲେ । ଅନ୍ୟ ଆମନ୍ତ୍ରୀତ ଅତିଥିଗଣ ଶ୍ରୀଯୁକ୍ତ ବେହେରାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସୁସ୍ଥମୟ ଜୀବନ କାମନା କରିଥିଲେ । ସଭାପରେ ଝାଙ୍କରପାଲି ଗ୍ରାମର ଆବାଳବୃଦ୍ଧ ବନୀତା ଏକ ଭବ୍ୟ ଶୋଭାଯାତ୍ରାରେ ଶ୍ରୀଯୁକ୍ତ ବେହେରାଙ୍କ ପାଛୋଟି ଆଣି ଘେଁସସ୍ଥିତ ଅସ୍ଥାୟୀ ବାସ ଭବନରେ ଛାଡିଥିଲେ । ବିଦାୟ ସମୟରେ ଝାଙ୍କରପାଲି ଗ୍ରାମବାସୀ ଭୋ ଭୋ କାନ୍ଦି ପକାଇଥିଲେ । ପ୍ରକାଶଯୋଗ୍ୟ ଯେ ଶ୍ରୀଯୁକ୍ତ ବେହେରା ତାଙ୍କର ୨୮ ବର୍ଷ ଶିକ୍ଷାଦାନ ସମୟ ମଧ୍ୟରେ ଝାଙ୍କରପାଲି ଭଳିଆ ଏକ ଆଦିବାସୀ ଗ୍ରାମର ପ୍ରତ୍ୟେକ ଆଦାବାସୀ ପିଳାଙ୍କୁ ଶିକ୍ଷାଦାନ କରିବାସହ ନିଜସ୍ୱ ଉଦ୍ୟମରେ ସ୍ନାତକ ପର୍ଯ୍ୟନ୍ତ ପଢାଇ ପାରଛନ୍ତି । ଆହୁରି ମଧ୍ୟ ବିଦ୍ୟାଳୟ ଉପରଦେଇ ଯାଇଥିବା ବିପଦପୂର୍ଣ୍ଣ ୧୧କେଭି ବିଦ୍ୟୁତ ତାରକୁ ସ୍ଥାନାନ୍ତର କରିବା, ପିଳାଙ୍କ ପାଇଁ ଏକ ଖେଳ ପଡିଆ ପ୍ରସ୍ତୁତ କରିବା, ସ୍କୁଲକୁ ଚାରିପଟୁ ବାଉଣ୍ଡ୍ରି ଦେଇ ଏକ ସୁନ୍ଦର ସବୁଜ ବନାନୀରେ ପରିଣତ କରି ବିଭାଗୀୟ ଅଧିକାରୀ ଏବଂ ଗ୍ରାମବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post