କାର୍ବନ କ୍ରେଡିଟ ମାଧ୍ୟମରେ ଗ୍ରାମୀଣ ଜୀବନ ଜୀବିକାର ଉନ୍ନତି

0

ରାୟଗଡ(ସରୋଜ କୁମାର ସାହୁ) ଜେ.କେ. ପେପର ଲିମିଟେଡ ଏବଂ ବେଦା କ୍ଲାଇମେଟ ଚେଞ୍ଜ ସଲ୍ୟୁସନ ଲିମିଟେଡ ସହଭାଗିତାରେ ବିଶ୍ୱବ୍ୟାଙ୍କର ବାଓ କାର୍ବନ ଫଣ୍ଡ ଦ୍ୱାରା ଚାଷୀ ମାନଙ୍କୁ କାର୍ବନ କ୍ରେଡିଟ ସେଲ ପାଇଁ ଅତିରିକ୍ତ ରାଶି ପ୍ରଦାନ କରାଯାଇଛି । ଏହି ଅତିରିକ୍ତ ରାଶି ଗତ ତା. ୨୨.୦୩.୨୨ ରିଖରେ ଆନ୍ଧ୍ରର ବିଶାଖାପାଟଣାରେ ୯୦୦ ଜଣ ଏବଂ ସର୍ବ ମୋଟ ୧୪୫୫ ଜଣ ଚାଷୀଙ୍କୁ ୧୬୦୦ ହେକ୍ଟର ଜମିରେ ଚାଷ ପାଇଁ ପ୍ରାୟ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଉକ୍ତ ଚାଷୀ ମାନେ ଏଗ୍ରୋ ଫରେଷ୍ଟ୍ରୀ ମାଧ୍ୟମରେ କାର୍ବନ ଉର୍ସଗମନର ବିନିଯୋଗ କରିପାରିଛନ୍ତି । ତେଣୁ ସେମାନଙ୍କୁ ବିଶ୍ୱବ୍ୟାଙ୍କ ତରଫରୁ ଏହି ରାଶି ମିଳିଥାଏ ଯେଉଁ ମାନେ ଜେ.କେ. କାଗଜ କଳର ବନୀକରଣ ପ୍ରକ୍ରିୟାରେ ସଂପୃକ୍ତ ରହିଛନ୍ତି । ଏହା ଫସଲର ମୂଲ୍ୟ ସହିତ ଚାଷୀ ମାନଙ୍କୁ ଏକ ଅତିରିକ୍ତ ଲାଭ ମିଳିଥାଏ । ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱଜିତ ଦ୍ୱିବେଦୀ, ଉପ-ସଭାପତି (ବାଣିଜ୍ୟ) ଜେ.କେ. କାଗଜ କଳ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଚାଷୀ ମାନଙ୍କୁ ଚେକ ପ୍ରଦାନ କରିଥିଲେ । ଏହା ବ୍ୟତିତ ଶ୍ରୀ ଏମ. ସତ୍ୟ ନାରାୟଣ, ସଭାପତି, ବେଦା କ୍ଲାଇମେଟ ଚେଞ୍ଜ ସଲ୍ୟୁସନ ଲିମିଟେଡ, ଡ. ନଳିନୀ ମାଲାରିଆ, ଆଇଏଫଏସ, ନିର୍ଦେଶିକା ବିଶାଖାପାଟଣା (ଜୁ), ଡ. ଏ. ଜେ. ରାଓ, ଏନଭାଇରନମେଣ୍ଟ ଏପ୍ରାଇଜାଲ କମିଟି, ବୈଜ୍ଞାନିକ ଇସରୋ ପ୍ରମୁଖ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତନ ଓ ଦାରିଦ୍ର‌୍ୟ ନିରାକରଣ ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ୨୦୦୦୦ ତାଶୀଙ୍କର ୩୦୦୦୦ ହେକ୍ଟର ଜମିରେ ଏହି ପ୍ରୋଜେକ୍ଟ କାର୍ଯ୍ୟ କରିବା ନିର୍ଦ୍ଧାରିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ବିଜୟ ପ୍ରସାଦ ରଥ, ମହାପ୍ରବନ୍ଧକ (ବନିକରଣ ଓ ଗବେଷଣା) ପରିଚାଳନା କରିଥିବା ବେଳେ ଶ୍ରୀ ଆଶୁତୋଷ ମହାନା, ଉପ-ପ୍ରବନ୍ଧକ (ବନୀକରଣ) ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.