ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

0

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଜୁନିୟର ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ସୋମବାର ଉଦଘାଟିତ ହୋଇଯାଇଛି । ଶିବିରଟିକୁ ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରୀ ମିଶ୍ର ଉଦଘାଟିତ କରିବା ସହ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ମାଷ୍ଟରଟ୍ରେନର ସୁଶ୍ରୀ ଅନିତା ସାହୁ ୬୮ ଜଣ ଛାତ୍ରୀଙ୍କୁ ୨ଟି ଗୃପରେ ଭାଗ କରି ଆତ୍ମରକ୍ଷା କୌଶଳ ଶିଖାଇବା ଆରମ୍ଭ କରିଛନ୍ତି । ଏହି ଶିବିର ଦୀର୍ଘ ସପ୍ତାହବ୍ୟାପି ଚାଲିବ । କୋଡିନେଟର ଅଧ୍ୟାପକ ମହେଶ ମିଶ୍ର ଶିବିର ସଂଚାଲନା ଦାୟିତ୍ୱ ନେଇଥିବା ବେଳେ ଅଧ୍ୟାପକ ମିନକେତନ ବିଶ୍ୱାଲ, ଡ. ପ୍ରଦୀପ କୁମାର ପଧାନ, ଡ. ସରୋଜ କୁମାର ଦାଶ, ଅଧ୍ୟାପକ ଭୁପତୀ କାଲୋ, ଅଧ୍ୟାପକ ସୁଶାନ୍ତ କୁମାର ନାୟକ, ସୁବାଷ ପଧାନ, ହୃଷିକେଷ ସାହୁ, ସୁନୀଲ ଜୈନ, ମିନତି ରଥ, ସବିତା ସେଠ, ସଂଯୁକ୍ତା କାଣ୍ଡ, ଉପେନ୍ଦ୍ର ଜାଲ ଓ ତ୍ରିନାଥ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କୋଡିନେଟର ଅଧ୍ୟାପକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.