ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଠାରେ ଗୋଷାଣୀ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ସାହାୟତାରେ ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ଅଙ୍ଗନବବାଡ଼ି କେନ୍ଦ୍ରରେ ସୋପାନ କାର୍ଯ୍ୟକ୍ରମ ଦ୍ୱାରା ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ପୁଷ୍ଟିକର ଖାଦ୍ୟ ସହ ସ୍ୱାସ୍ଥ୍ୟର ଉନ୍ନତି କରିବା।
ଅନ୍ୟପକ୍ଷରେ ଏହି ସୋପାନ କାର୍ଯ୍ୟକ୍ରମ ଦ୍ୱାରା ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ଗର୍ଭବତୀ ଓ ପ୍ରସୂତୀ ମାଆଙ୍କୁ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଛତୁଆ ସହ ଗରମ ରନ୍ଧା ଖାଦ୍ୟ ଯାହାକି ବର୍ଷକୁ ନିର୍ଦ୍ଧାରିତ ୩୦୦ ଦିନ ଦିଆଯିବ। ଏତଦ ବ୍ୟତୀତ ୧୫ ରୁ ୧୯ ବର୍ଷ ବୟସର କିଶୋରୀ ବାଳିକା ମାନଙ୍କୁ ସପ୍ତାହକୁ ତିନିଟି ଅଣ୍ଡା ଦିଆଯିବ। ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ଦ୍ୱାରା ପୁଷ୍ଟି ହୀନ ଶିଶୁ ମାନେ ମଧ୍ୟ ବିଶେଷ ଭାବେ ଉପକୃତ ହେବେ ଏବଂ ସମସ୍ତ ଗର୍ଭବତୀ , ପ୍ରସୂତି ମାଆ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ଘଟିବାରେ ବେଶ ସହାୟକ ହୋଇପାରିବ।
ଏହି ସୋପାନ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କୁ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଦ୍ୱାରା ଗରମ ରନ୍ଧା ଖାଦ୍ୟରେ ଭାତ ଓ ଅଣ୍ଡା ତରକାରୀ ବଣ୍ଟନ କରାଯାଇଥିଲା। ଏଥିରେ ଛତୁଆ ପକେଟ ମଧ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ ସମ୍ପୃକ୍ତ କେନ୍ଦ୍ରର ଅଙ୍ଗନବାଡି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା।
ଏଠାରେ ସୂଚନା ଯୋଗ୍ୟ ଯେ , ଗଜପତି ଜିଲ୍ଲାରେ ରହିଥିବା ୨୪୩୬ ଗୋଟି ଅଙ୍ଗନବାଡି କେନ୍ଦ୍ରରେ ଗତ
୧-୪-୨୦୨୨ ତାରିଖ ଠାରୁ ସୋପାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ. ସୁନିତା , ଏନଓପି: ମେନେଜର ଶ୍ରୀ ଅଜୟ ନାୟକ , ସୁପରଭାଇଜର ଶ୍ରୀମତୀ ଶାରଳା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ବ୍ଳକ ତରଫରୁ ସୁପରଭାଇଜର ଶ୍ରୀମତୀ ସୁଜାତା ଗନ୍ତାୟତ ଓ ଶ୍ରୀମତୀ ଶଶୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ରାହ୍ମଣ ସୀତାପୁର ଗ୍ରାମର ଅଙ୍ଗନବାଡି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ପରିଚାଳନା କରିଥିବା ବେଳେ ମିନି ଅଙ୍ଗନବାଡି କର୍ମୀ କେ.ବିଜୟ ଲକ୍ଷ୍ମୀ , ଆଶା କର୍ମୀ ଏନ: ତ୍ରିବେଣୀ , ହେଲପର ପଦ୍ମାବତୀ ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମର କିଶୋରୀ ବାଳିକା , ଗର୍ଭବତୀ ଓ ପ୍ରସୂତି ମାଆ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ବିଭିନ୍ନ ବିଷୟ ଉପରେ ଜାଣି ସଚେତନ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.