କଲ୍ୟାଣସିଂହପୁର//ପ୍ରଦୀପ ଦଲାଇ//ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ର ମୋନେଇଗୁଡା ଗ୍ରାମ ନିକଟରେ ଥିବା ପଦର ସାଇ ରେ କାଳବୈଶାଖିର ତାଣ୍ଡବ ରେ ୨ ପରିବାର ଙ୍କ ଘରର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛି ।ପଦରସାଇ ର ମଧୁ ସୁଦନ ନାଗ ଓ ସୁଖ ବଡ଼ ନାୟକଙ୍କ ଘରଗତକାଲି ଅପରାହ୍ନରେ ଘଡଘଡି ସହ ପବନ କୁଆପଥର ବର୍ଷା ହେବା ଯୋଗୁଁ ଘର ର ଛପର ଉଡିଯାଇଥିଲା ।ଯାହାଫଳରେ ଘରର ସମସ୍ତ ଧାନ, ଚାଉଳ, ମଣ୍ଡିଆ, ପୋଷାକ, ଇତ୍ୟାଦି ଜିନିଷ, ଭିଜି ଯାଇଥିଲା ।ଉକ୍ତ ଖବର ପାଇଁ ସ୍ଥାନୀୟ ସରପଞ୍ଚ ସଂଜୟ ନିଶିକା ପହଞ୍ଚି ମାଝିଗୁଡା ରାଜସ୍ବ ନିରୀକ୍ଷକ ସନ୍ତୋଷ ପାଣିଗ୍ରାହୀ ଙ୍କୁ ଜଗା ଯୋଗ କରି ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ଲୋକକୁ ପଲିଥିନ ଯୋଗାଇ ଦେଇଥିଲେ ।ଏହାର ତଥ୍ୟ ସଂଗ୍ରହ କରି ତହସିଲଦାର ଦେବାଶିଷ କର ଙ୍କୁ ଜଣାଇବି ବୋଲି କହିଛନ୍ତି ।ଏହି ୨ ପରିବାର ଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.