ଜଗତସିଂହପୁର /ସୁମନ୍ତ କୁମାର ଦାସ: ଶ୍ରୀକୃଷ୍ଣ ଏକାଡେମୀ ପୁରାତନ ଛାତ୍ର ସଂସଦର ବୈଠକ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତିତ୍ବ କରିଥିଲେ ପୁରାତନ ଛାତ୍ର ସଂସଦର ସଭାପତି ତଥା ନାଇଜରର କୁଳସଚିବ ଡ଼ ଅଭୟ କୁମାର ନାୟକ। ଏହି ସଭାରେ ବିଦ୍ଯାଳୟର ପୁରାତନ ଛାତ୍ରମାନକୁଂ ପର୍ଯ୍ଯାୟକ୍ରମେ ସମ୍ବର୍ଦ୍ଧିତ କରିବା ନିଷ୍ପତ୍ତି ନିଆଗଲା। ତତ୍ ସଂଗେ ସଂଗେ ବିଦ୍ଯାଳୟ ପରିସରକୁ ସୁରକ୍ଷିତ କରିବାପାଇଁ ସ୍ଥାୟୀ ପ୍ରାଚୀର ନିର୍ମାଣ କରିବାପାଇଁ ଜିଲ୍ଲା ପ୍ରଶାସନ ଏବଂ ତହସିଲକୁ ନିବେଦନ କରାଯାଇ ଯଥାଶୀଘ୍ର ପଦକ୍ଷେପ ନିଆଯିବା ପାଇଁ ନିର୍ଣ୍ଣୟ କରାଗଲା।ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ର ମାନଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପୁରାତନ ଛାତ୍ର ସଂସଦର ସ୍ଥାୟୀ କାର୍ଯ୍ଯାଳୟ ପାଇଁ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଏକ ଗୃହ ଯୋଗାଇଦେବାକୁ ନିବେଦନ କରାଗଲା।
ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ମୁରଲୀଧର ଦାସ, ବିପ୍ଳବ ଚୌଧୁରୀ, ଆଶିଷ କୁମାର ମାଣିଆ, ରମାକାନ୍ତ ପତି, ଗୋପାଳକୃଷ୍ଣ ମିଶ୍ର, ଦୋଳ ଗୋବିନ୍ଦ ଦାଶ,ଦିପ୍ତୀ ଦାସ, କୃଷ୍ଣଚନ୍ଦ୍ର ପ୍ରଧାନ,ବିଜୟ କୁମାର ରାଉତ,ସେଖ ନାସିର, ସୋମନାଥ ସ୍ଵାଇଁ ଓ ସ୍କୁଲର କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ ବୈଠକରେ ଉପସ୍ଥିତି ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି ସଭାରେ ସ୍ବାଗତ ଭାଷଣ ଦେଇଥିଲେ ସଂସଦର ଉପସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀ ଶୁକଦେବ ସାହୁ ଏବଂ ସଭା ସଂଚାଳନ କରିଥିଲେ ସଂପାଦକ ଶ୍ରୀ ସନାତନ ଖୁଣ୍ଟିଆ। ଧନ୍ଯବାଦ ଅର୍ପଣ କରିଥିଲେ ସହ ସଂପାଦକ ଶ୍ରୀରାଇଚରଣ ତ୍ରିପାଠୀ
Sign in
Sign in
Recover your password.
A password will be e-mailed to you.