ବ୍ଲକ ଅଧ୍ୟକ୍ଷା-ଉପାଧ୍ୟକ୍ଷ-ଏବଂ ସରପଂଚଙ୍କୁ କୋଲଣପୁର ଗ୍ରାମପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

0

କୋଲଣପୁର ପଂଚାୟତର ବିକାଶରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅବଦାନ ଅତୁଳନୀୟ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଉତ୍ସବ କୁଳିଆ ବଜାରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ ପ୍ରେମାନନ୍ଦ ଜେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ନବନିର୍ବାଚିତ ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ , ସମ୍ମାନୀତ ଅତିଥି ଯୁବନେତା ତଥା ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ବ୍ଲକ ବିଜୁ ଜନତା ଦଳ ସଭାପତି ରମାକାନ୍ତ ମହାନ୍ତି,ବରିଷ୍ଠ ରାଜନେତା ଯତୀନ୍ଦ୍ରନାଥ ଜେନା,କୋଲଣପୁର ସରପଂଚ ଗୋପବନ୍ଧୁ ସେଠୀ ଙ୍କୁ ପ୍ରଥମେ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେଠୀ କୋଲଣପୁର ପଂଚାୟତ ତରଫରୁ ଏହିଭଳି ଏକ ସମାରୋହ ଆୟୋଜନ କରାଯାଇଥିବାରୁ ସମସ୍ତ ପଂଚାୟତବାସୀଙ୍କୁ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଓଝା ଯୋଗଦାନ କରି ଏହି କୋଲଣପୁର ଗ୍ରାମପଂଚାୟତକୁ ନିଜ ପଂଚାୟତ କହିବା ସହ ଏହି ପଂଚାୟତର ଯାହାବି କିଛି ଉନ୍ନତି ହୋଇଛି ତାହା କେବଳ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ଅବଦାନ ପାଇଁ ଏବଂ ଆଗକୁ ଯାହାବି କିଛି ବିକାଶମୂଳକ କାର୍ଯ୍ୟ ରହିଛି ତାହାକୁ ଖୁବ୍ ଶୀଘ୍ର ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ଆଲୋଚନା କରାଯାଇ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଏବଂ ବ୍ଲକ ବିଜେଡ଼ି ସଭାପତି ଶ୍ରୀ ମହାନ୍ତି ଯୋଗଦାନ କରି ମନ୍ତ୍ରୀ ପ୍ରତାପ ଜେନା ଯାହା କୁହନ୍ତି ତାହାକୁ କାମରେ କରିକି ଦେଖାନ୍ତି ବୋଲି ପ୍ରକାଶ କରିଥିଲେ । କୋଲଣପୁର ପଂଚାୟତର ବରିଷ୍ଠ ରାଜନେତା ଯତୀନ୍ଦ୍ରନାଥ ଜେନା ଯୋଗଦାନ କରି ପଂଚାୟତବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ କୋଲଣପୁର ଗ୍ରାମପଂଚାୟତକୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହଯୋଗରେ ସମଗ୍ର ପଂଚାୟତ ମଧ୍ୟରେ ଏକ ଆଦର୍ଶ ପଂଚାୟତରେ ଗଢିତୋଳିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ,ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ କୁମାର ସେଠୀ, ଯୁବନେତା ପ୍ରମୋଦ କୁମାର ସ୍ୱାଇଁ ଙ୍କ ସମେତ ବହୁ ସରପଂଚ, ସମିତିସଭ୍ୟ ,ବରିଷ୍ଠ ନାଗରିକ ଏବଂ ଗ୍ରାମବାସୀମାନେ ଯୋଗଦାନ କରିଥିଲେ । ତେବେ କୋଲଣପୁର ଗ୍ରାମପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହ କୁ ବିଜୟୀ ପ୍ରାର୍ଥୀମାନେ ଗଭୀର ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କୋଲଣପୁର ଗ୍ରାମପଂଚାୟତର ସମସ୍ତ ବିଜୁ ଜନତା ଦଳ କର୍ମୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ କୋଲଣପୁର ପଂଚାୟତ ସରପଂଚ ଗୋପବନ୍ଧୁ ସେଠୀ ନିମନ୍ତ୍ରିତ ଅତିଥି ଏବଂ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.