ସୁବର୍ଣ୍ଣପୁର-(ପ୍ରକାଶ ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଆସନ୍ତା ଏପ୍ରିଲ ୨୩,୨୪ ଓ ୨୫ତାରିଖରେ ଏକ ନିଶୁଳ୍କ କୃତ୍ରୀମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ କରିବା ପାଇଁ ଆଜି ଯୁବା ମଞ୍ଚ ପକ୍ଷରୁ ଏକ ପ୍ରେସମିଟ ଦେଇଛନ୍ତି । ସର୍ବଭାରତୀୟ ମାରୱାଡି ଯୁବା ମଞ୍ଚ ସିଲିଗୁଡି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କୃତ୍ତିମ ଅଙ୍କ ପ୍ରତ୍ୟାରୋପଣ ପାଇଁ ଶିବିର କରାଯାଉଛି ।କେମ୍ପ ଟ୍ରେନର ଭାବରେ ସିଲିଗଡିର ଏକ ଦଳର ସହେଯାଗରେ ଡୁଙ୍ଗୁରିପାଲି ମାରୱାଡି ଯୁବାମଞ୍ଚର ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଥା ସହଯୋଗରେ ଏହି ଶିବିର ଅନୁଷ୍ଠିତ ହେବ । ଯେଉଁ ଦିବ୍ୟାଙ୍କ ମାନଙ୍କ ଗୋଡ, ହାତ କଟି ଯାଇଥିବ ସେମାନେ ଆସନ୍ତା ୨୩ ତାରିଖରେ ଭିତରେ ନାମ ପଞ୍ଜି କରଣ କରି ଏହି ଶିବିରରେ ଯୋଗ ଦେଲା ପରେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ସେମାନଙ୍କ ମାପ ଅନୁସାରେ କୃତ୍ରୀମ ଅଙ୍ଗ ଲଗାଯିବ । ବିନା ମୂଲ୍ୟରେ ପ୍ରଥମ ୧୦୦ଜଣକୁ ୨୪ତାରିଖରେ କୃତ୍ତିମ ଅଙ୍ଗ ପ୍ରଦାନ କରାଯିବ ଓ ଅଧିକ ହେଲେ ୨୫ ତାରିଖରେ ମଧ୍ୟ ଅଙ୍ଗ ଲଗାଯିବା ସହିତ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା ମଧ୍ୟ ଯୁବା ମଞ୍ଚ ପକ୍ଷରୁ ଯୋଗାଇ ଦିଆଯିବ । ଏହି ସମ୍ମିଳନୀରେ ଯୁବାମଞ୍ଚର ସଭାପତି ରାକେଶ ଅଗ୍ରୱାଲ, ସଂପାଦକ ମହେଶ ଅଗ୍ରୱାଲ, ଉପସଭାପତି ଡ. ଆଶିଷ ଗୋୟଲ, କୋଷାଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଯୁଗ୍ମ ସଂପାଦକ ନିଖିଲ ଅଗ୍ରୱାଲ,ଯୋଗେଶ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଅନିଲ ମିତ୍ତଲ, ପ୍ରଦୀପ ଅଗ୍ରୱାଲ, ଅପୁ ଅଗ୍ରୱାଲ, ନିରଜ ଅଗ୍ରୱାଲ, ସଙ୍କେତ ମିତ୍ତଲ, ଭୱେଶ ଅଗ୍ରୱାଲ, ସୁନିଲ ଅଗ୍ରୱାଲ, ଅଜିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।ନାମ ପଞ୍ଜିକରଣ ପାଇଁ ୯୧୭୮୭୭୭୫୫୫,୭୦୦୮୯୨୭୪୭୯ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post