ସୁବର୍ଣ୍ଣପୁର(ପ୍ରକାଶ ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମରେ ଆଜି ଦୁର୍ଗା କୋଠି ର୍ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସହଲା ଗ୍ରାମର ମାଉସୀ ମନ୍ଦିର ପାଖରେ ଥିବା ଦୁର୍ଗା କୋଠିକୁ ନୂତନ ଭାବେ ନିର୍ମାଣ କରି ନିୟମ ନୀତି ଅନୁଯାୟୀ ପୁଜା ବିଧି କରି ପ୍ରତିଷ୍ଠା କରାଯାଇଛି ।ଏହି ଦୁର୍ଗା କୋଠି ପାଇଁ ଗତକାଲି ଶତାଧିକ ଶ୍ରଦ୍ଧାଳୁ ମହିଳା ମାନେ କଳସ ଯାତ୍ରା ବାହାରି ଗ୍ରାମର ପଦ୍ମ ପୋଖରୀରୁ ଜଳ ଅ।।ଣି ମାଉସୀ ମନ୍ଦିର ସମ୍ମୁଖରେ ସ୍ଥାପନ କରି ଚଣ୍ଡି ପାଠ କରା ଯାଇଥିଲା ।ଏହି ପ୍ରତିଷ୍ଠା ଉତ୍ସବରେ ଶେଷଦେବ ନାଇକ ଓ କାନ୍ତି ନାଇକ କର୍ତ୍ତା ଭାବରେ କାର୍ଯ୍ୟ ତୁଳାଇଥିବା ବେଳେ ଲୁଲୁ ପଣ୍ଡିତ ଓ ଶ୍ୟାମଘନ ମିଶ୍ର ପୌରହିତ୍ୟ କରିଥିଲେ ।ଚଣ୍ଡିପାଠ ପରେ ପୁରୁଣା କୋଠିରୁ ଦୁର୍ଗା ମାତାଙ୍କୁ ନୂତନ କୋଠିକୁ ଆଣି ପ୍ରତିଷ୍ଠା କରାଯାଇଥିଲା ।ଚଣ୍ଡିପାଠ ହୋମ ଯଜ୍ଞରେ ନାଇକ ପରିବାରର ଗଜାନନ ନାଇକ ଓ ସୌକି ନାଇକ,ସନ୍ତ ନାଇକ , କୈବର୍ତ୍ତ ନାଇକ,ତେଜଲାଲ ନାଇକ,ଦୟାନିଧି ନାଇକ,କୁବେର ନାଇକ,ଟଙ୍କଧର ନାଇକ,ଭକ୍ତ ନାଇକ,ଚିନ୍ତାମଣି ନାଇକ,ବାଜ ନାଇକ ପ୍ରମୁଖ ସପତ୍ନୀ ଯଜ୍ଞରେ ଯୋଗ ଦେଇଥିଲେ ।ଦୁର୍ଗା କୋଠି ପ୍ରତିଷ୍ଠା ଅବସରରେ ଆଜି ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା କାଲି ଅଷ୍ଟପ୍ର୍ହରୀ ନାମଯଜ୍ଞ ଆରମ୍ଭ ହେବ ।ଏହି ଉତ୍ସବରେ ନାଇକ ପରିବାର ସମେତ ଶ୍ରଦ୍ଧାଳୁ ଗ୍ରାମବାସୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.