କଡା ସୁରକ୍ଷା ମଧ୍ୟରେ ଡମଝର ଗ୍ରାମ ପଞ୍ଚାୟତର ନାଏକ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ

0

ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ବହୁଚର୍ଚ୍ଚିତ ଡମଝର ଗ୍ରାମପଞ୍ଚାୟତ ରେ ଆଜି ନାଏକ ସରପଞ୍ଚ ନିର୍ବାଚନ ହୋଇଯାଇଛି । ପୂର୍ବରୁ ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଲ ହାଇଥିଲା ଓ ନିର୍ବାଚନ କୁ ସେହିଦିନ ଜିଲ୍ଲା ପ୍ରଶାସନ ବାତିଲ କରିଥିଲେ । ଗଣ୍ଡଗୋଳକୁ ନେଇ ବୋଡେନ ଥାନାରେ ମାମଲା ମଧ୍ୟ ରୁଜୁ ହୋଇ ତଦନ୍ତ ଚାଲୁଥିବା ସୂଚନା ମିଳିଅଛି । ଆଜି ଉକ୍ତ ଗ୍ରାମ ପଞ୍ଚାୟତ ରେ ନାଏକ ସରପଞ୍ଚ ନିର୍ବାଚନ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ କରିବା ନେଇ କଡା ସୁରକ୍ଷା ବ୍ୟବସ୍ଥା ରେ ଖଡିଆଳ ଏସ୍‌ଡିପିଓ ଶ୍ରୀ ସନ୍ତକ ଜେନାଙ୍କ ନେତୃତ୍ୱ ରେ ବୋଡେନ ଥାନା ଅଧିକାରୀ ସୁଦର୍ଶନ ନାଏକ, ସିନାପାଲି ଥାନା ଅଧିକାରୀ ଶ୍ରୀ ଡମ୍ବରୁଧର ପ୍ରଧାନ, ଖଡିଆଲ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସମେତ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରା ଯାଇଥିଲା । ଏଥିରେ ବେଡେନ ବିଡିଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଭୋଇ, ବୋଡେନ ତହସିଲଦାର ଶ୍ରୀ ମିନାଲାଲ ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ ସମ୍ପନ୍ନ ହୋଇଥିଲା । ଶ୍ରୀମତୀ ସସ୍ମିତା ହେହେରା ୱାର୍ଡ ନଂ ୬ ରେ ୱାର୍ଡ ସଭ୍ୟା ଡମଝର ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ପାଇଁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.