ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ଏକାଦଶ ମହାସଭା ଅନୁଷ୍ଠିତ

0

ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କାସିପଲା ଗ୍ରାମ ଠାରେ ରବିବାର ଖଡିଆଳ ପାଟଣା କ୍ଷତ୍ରିୟ ସମାଜ ର ଏକାଦଶା ମହାସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଖଡିଆଳ ପାଟଣା କ୍ଷତ୍ରିୟ ସମାଜ ର କୁଳପତି ବିଜୟ ପ୍ରତାପ ସିଂ ମହାରଥା ଅଧ୍ୟକ୍ଷତା କରିଥିବା ବେଳେ ଉପକୂଳପତି ଡିଜଳେଶ୍ୱର ବାରିକ, ମୁଖ୍ୟ ସମ୍ପାଦକ ବୃନ୍ଦାବନ ବାରିକ, ସହ ସମ୍ପାଦକ ସହଦେବ ରାଉତ, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ମାଝୀ, କୋଷାଧ୍ୟକ୍ଷ ଲୋକନାଥ ବାରିକ, ସଂଗଠକ ଅନୀଲ କୁମାର ଦଣ୍ଡସେନା ଙ୍କ ସମେତ ପରାମର୍ଶ ଦାତା ଜିତେନ୍ଦ୍ର ସିଂ ବାରିକ, କେତନ ସିଂ ବାରିକ, କାସିପଲା ଗ୍ରାମର ବରିଷ୍ଠ ସମାଜସେବୀ ଲବଣେଶ୍ୱର ବାରିକ, ନନ୍ଦଲାଲ ବାରିକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପ୍ରଥମ ଅଧିବେଶନରେ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଦ୍ୱିତୀୟ ଅଧିବେଶନ ରେ ଖଡିଆଳ ପାଟଣା କ୍ଷତ୍ରିୟ ସମାଜ ର କୁଳପତି ଓ ମୁଖ୍ୟ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଦେବାର କାର୍ଯ୍ୟକ୍ରମ ରହିଥିବା ମୁଖ୍ୟ ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ବରିଷ୍ଠ କର୍ମକତ୍ତା ବିଭୁଦତ୍ତ ଚଳାନ ପ୍ରକାଶ କରିଛନ୍ତି । ଦ୍ୱିତୀୟ ଅଧିବେଶନ ରେ କୁଳପତି ଓ ମୁଖ୍ୟ ସମ୍ପାଦକ ନିର୍ବାଚନ ହେବା ପରେ ଆଗମୀ କେନ୍ଦ୍ର ବୈଠକରେ ଅନ୍ୟାନ୍ୟ ପରିଷଦ ଓ ପରାମର୍ଶ ଦାତା ଚୟନ ହେବ ବୋଲି ପ୍ରକାଶ କରିଛନ୍ତି । ଏକାଦଶ ମହାସଭା ରେ ଖଡିଆଲ ପାଟଣା କ୍ଷତ୍ରିୟ ସମାଜ ର ୨୮ ଗୋଟି ଅଞ୍ଚଳରୁ ୭ ଜଣ ଲେଖାଏଁ ୧୯୬ ଜଣ ସଦସ୍ୟ ଙ୍କ ସମେତ ଶତାଧିକ ନିମନ୍ତ୍ରିତ ଅତିଥି ଯୋଗଦାନ କରିଥିଲେ । କାସିପଲା କ୍ଷତ୍ରିୟ ଅଞ୍ଚଳ ର ସମସ୍ତ କ୍ଷତ୍ରୀୟ ପୁରୁଷ ଓ ମହିଲା ଯୋଗଦାନ କରିଥିଲେ ।

Leave A Reply

Your email address will not be published.