ପାତାଳ ଗଙ୍ଗା ରେ ବୈଶାଖ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ବୈଠକ

0

ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାତାଲଗଙ୍ଗା ସ୍ଥିତ ରାଧା କୃଷ୍ଣ ମନ୍ଦୀର ପ୍ରାଙ୍ଗଣରେ ବୈଶାଖ ପୂର୍ଣିମା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠଖ ଅନୁ୍‌ଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯାଦବ ସଭା ମହାସଚିବ ଲମ୍ବୋଦର ନିଆଲ, ମୁଖ୍ୟବକ୍ତା ରାଧାକୃଷ୍ଣ ମନ୍ଦିର ଯୁଗ୍ମ ସମ୍ପାଦକ ସୁରେଶ ଚନ୍ଦ୍ର ବାଗ, ସମ୍ମାନିତ ଅତିଥି ବେଦବ୍ୟାସ ନାଗ, ଡମ୍ବୁଡା ନିଆଳ, ଗୌରିଶଙ୍କର ନାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ କରିବା ପାଇଁ ଧାର୍ଯ୍ୟ କରାଯଅଇଥିଲା । ଏଥିରେ ବୋଡେନ ବ୍ଲକ ର ସମସ୍ତ ଭକ୍ତ ବୃନ୍ଦ ତଥା ବୋଡେନ ବ୍ଲକର ସମସ୍ତ ଜନସାଧାରଣ ଙ୍କୁ ନିମନ୍ତ୍ରଣ କରିବା ସହ ଏହି ଉତ୍ସବ ରେ ଯୋଗଦାନ କରି ଭଗବାନ ଙ୍କ ଏହି ଉତ୍ସବ ରେ ଉପସ୍ଥିତ ରହି ତାଙ୍କ କୃପା ଲାଭ କରିବା କୁ କମିଟି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.