ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୮୭ ତମ ଉତ୍କଳ ଦିବସ ପାଳନ ଉତ୍କଳ ସମ୍ମିଳନୀ ଗଜପତି ଶାଖା ତରଫରୁ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣରେ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ବିନୋଦ ଚନ୍ଦ୍ର ଜେନାଙ୍କ ସମ୍ପାଦନାରେ “ଗଜପତି ଜିଲ୍ଲାର ଲେଖକ ଲେଖିକା ପରିଚୟ” ପୁସ୍ତକକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଲୋକାର୍ପଣ କରିଥିଲେ।
ମୁଖ୍ୟବକ୍ତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ବକ୍ତା ଡ଼.ଅଜୟ କୁମାର ତ୍ରିପାଠୀ , ଡ଼. କଲ୍ୟାଣୀ ମିଶ୍ର , ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା , କିରଣ କୁମାର ମହାନ୍ତି ପ୍ରମୁଖ ଯୋଗ ଦାନ କରି ଉତ୍କଳ ଦିବସରେ ଉତ୍କଳୀୟଙ୍କ ଭାଷା ପ୍ରୀତି ଏବଂ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଭାଷା ଆମର ଜୀବନ , ପ୍ରାଣ , ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଆମର କର୍ତ୍ତବ୍ୟ। ସମ୍ପ୍ରତି ଆମ ଭାଷା ଜାତୀୟ ସ୍ତରରେ ଶାସ୍ତ୍ରୀୟ ମାନ୍ୟତା ପାଇସାରିଛି ଏହା ଆମପାଇ ଅତୀବ ଗୌରବ ବିଷୟ ବୋଲି ବକ୍ତାମାନେ କହିଥିଲେ।
ତ୍ରିପତି ପଣ୍ଡା ମଞ୍ଚ ଆହ୍ବାନ କରିଥିବା ବେଳେ ଆଶାଲତା ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ , ମୀନାକୁମାରୀ ଟହଲ ପରିଚୟ ପ୍ରଦାନ କରିଥିଲେ। ଶ୍ୱେତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ସୁଶ୍ରୀ ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ନୃତ୍ୟ ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ମୁରଲିଧର ପରିଛା , ଵିଷ୍ଣୁ ପଣ୍ଡା , ନିତ୍ୟାନନ୍ଦ ଚୌଧୁରୀ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post