ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ଦିବସ ଅବସରେ ଆକ୍ସନଏଡ଼ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ରାୟଗଡ ବ୍ଲକର ଦୁଇଗୋଟି ଶିଶୁ ମିତ୍ର ପଞ୍ଚାୟତ ନାରୟଣପୁର ଓ ଜିରାଙ୍ଗର ଚାରିଗୋଟି ଗ୍ରାମରେ ଶିଶୁଙ୍କର ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଦେୟମୁକ୍ତ ଶିକ୍ଷା କେନ୍ଦ୍ରର ଶୁଭଆରମ୍ଭ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ ନିମନ୍ତେ ନାରାୟଣପୁର ପଞ୍ଚାୟତର ସେବକପୁର ଗ୍ରାମଠାରେ, ରାୟଗଡ ପଞ୍ଚାୟତ ସମିତିର (vice chairman )ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଗ୍ରାମ ଶିକ୍ଷକ, ଗ୍ରାମର ମୁଖିଆ, ଭଦ୍ରବ୍ୟକ୍ତି ICDS କର୍ମଚାରୀ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସେହିଭଳି ଜିରାଙ୍ଗ ଗ୍ରାମରେ , ଜିରାଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ରିସପା ଭୂୟାଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଏହା ସହ, ସ୍ୱାସ୍ଥ୍ୟକ୍ରମୀ , ୱାର୍ଡ ମେମ୍ବର ICDS କର୍ମୀ , ଶିକ୍ଷକ, ଆଦି ଉପସ୍ଥିରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଗ୍ରୀଷ୍ମକାଳରେ ବିଦ୍ୟାଳୟ ବନ୍ଦ ରହିବା ବା ଛୁଟି ରହିବାକୁ ଆଖିଆଗରେ ରଖି ଶିଶୁମାନେ କି ପରି ଭାବରେ ନିଜ ଅଞ୍ଚଳରେ ଦେୟମୁକ୍ତ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଗ୍ରୀଷ୍ମ ତିନି ମାସ ଶିକ୍ଷାରୁ ବାଦ ନପଡ଼ିବେ ଓ ଶିକ୍ଷା ସହ ଯୋଡି ରହିବାର ଏହି ଅଭିନଵ ପ୍ରୟାସ ଆରମ୍ଭ କରାଯାଇଅଛି। ଏହି ଶିକ୍ଷା କେନ୍ଦ୍ରର ମାଧ୍ୟମରେ ଜିରାଙ୍ଗ ଗ୍ରାମରୁ ୨୫ ଜଣ ଶିଶୁ , ଗାଲଗଣ୍ଡା ଗ୍ରାମରୁ ୨୦ ଶିଶୁ , ସେବକପୁର ଗ୍ରାମରୁ ୧୫ ଜଣ ଶିଶୁ ଓ ଲାଲୁ ସହି ଗ୍ରାମରୁ ୧୫ ଜଣ ଶିଶୁ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉପକୃତ ହେବେ।
ଏହି କାର୍ଯ୍ୟକ୍ରମକୁ ଆକ୍ସନଏଡ଼ ର ଜିଲ୍ଲା ସଂଯୋଜକ ଶ୍ରୀ ଯୁକ୍ତ -ବିକାଶ କୁମାର ମେହେର , ବ୍ଲକ ସଂଯୋଜକ ଶ୍ରୀ ବିଜୟ ପ୍ରାଧନ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.