କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା

0

ସୁଵର୍ଣପୁର(ପ୍ରକାଶ ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ବାଲେନପାଲି ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଜୁନିଅର ରେଡ଼ କ୍ରସ ଜିଲ୍ଲା ପ୍ରଶିକ୍ଷକ ହୃଷିକେଶ ଡଙ୍ଗ ମୁଖ୍ୟ ବକ୍ତା ଓ ପଣ୍ଡିକିଟାଲ ନାଇକେନପାଳି ସରପଞ୍ଚ ଗୋବିନ୍ଦ ସେଠ ଅତିଥି ଭାବରେ ଯୋଗ ଦେଇ ମେଳା କୁ ବୁଲି ଦେଖିବା ସହ ଛାତ୍ର ଛାତ୍ରୀଙ୍କ ସହ ସୃଜନଶୀଲତା ତଥା ପଠନ ଲିଖନ ଦକ୍ଷତା ବଢାଇବା ରେ ଶିକ୍ଷକ ମାନଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ।ସାଧନ କେନ୍ଦ୍ର ସଂଯୋଜକ ହାରାଧନ ବେରିଆ ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଗଣନାଥ ତାଣ୍ଡି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କନ୍ଦାଗାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଭୋଇ, ଗୁଦମାଲ ଉଛ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଣପତି ସାହୁ ଓ ଗଜବନ୍ଧ ସି. ଆର.ସି.ସିନରେନ୍ଦ୍ର ପୁରୋହିତ ବିଚାରକ ଭାବରେ ଯୋଗଦେଇଥିଲେ।ପ୍ରଥମ, ଦ୍ଵିତୀୟ, ତୃତୀୟ ପୁରସ୍କାର ପାଇଁ ଯଥାକ୍ରମେ ବାଲେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦ୍ୟାଶା ଦାସ ଙ୍କ ବର୍ଣମାଲା ବାଇସ୍କୋପ ଭାଗଟିକିରା ର କରଣ ପଧାନ ଙ୍କ ଫଲା ବ୍ୟାଗ ଏବଂ ବୈରାଗୀମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯାଜ୍ଞସେନି ଛତର ଙ୍କ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସଂଖ୍ୟା ଉପକରଣ କୁ ଚୟନ କରି ପୁରସ୍କୃତ କରାଯାଇ ପ୍ରମାଣିତ ପତ୍ର ଆଉ ଟ୍ରଫି ପ୍ରଦାନ କରାଯାଇଥିଲା।ସମସ୍ତ ସହଯୋଗୀ ଙ୍କୁ ଶାନ୍ତ୍ବନା ମୂଳକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କ୍ଲଷ୍ଟର ର ଆଠଟି ବିଦ୍ୟାଳୟ ରୁ ୧୬ ଜଣ ଛାତ୍ରଛାତ୍ରୀ ଓ ୧୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ।ଆଖପାଖ ବିଭିନ୍ନ ଗ୍ରାମରୁ ଅଭିଭାବକ ଓ ଛାତ୍ରଛାତ୍ରୀ ମେଳା ପରିଦର୍ଶନ କରିଥିଲେ।

Leave A Reply

Your email address will not be published.