ଫେରିଲେ ନିକୁଞ୍ଜ ସୁନ୍ଦରାୟ : ହେଲେ ସାଧାରଣ ଉଦ୍ୟୋଗ ବିଭାଗ ଅତିରିକ୍ତ ମୁଖ୍ୟସଚିବ

0

ବୀର ବିକ୍ରମ ୟାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ/ଅନିମେଶ ପଟ୍ଟନାୟକ : କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ 1987 ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ଶ୍ରୀ ନିକୁଞ୍ଜ ସୁନ୍ଦରାୟ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାରେ ନିଯୁକ୍ତି ପାଇଛନ୍ତି । ସେହିପରି ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ ଥିବା ବ୍ୟବହାର1996 ବ୍ୟାଚ ଆଇଏଏସ ବୀର ବିକ୍ରମ ୟାଦବଙ୍କୁ ସରକାର ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନୂଆ ଦାୟୀତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ଅତିରିକ୍ତ ଦାୟୀତ୍ବ ତୁଲାଇବେ ଶ୍ରୀ ୟାଦବ । ଆଇଏଏସ କ୍ରିଷନ କୁମାରଙ୍କ ଯାଗାରେ ତାଙ୍କୁ ଶ୍ରୀମନ୍ଦିର ଦାୟୀତ୍ବ ଦିଆଯାଇଛି ।
ସେହିପରି କୃଷି ଓ କୃଷକ ଶସକ୍ତିକରଣ ବିଭାଗ ସ୍ୱତନ୍ତ୍ର ସଚିବ ଥିବା ସଂଜୀବ ଚଢାଙ୍କୁ ସମବାୟ ବିଭାଗର କାର୍ୟବାହି ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେହିପରି ଶୁଭମ ଶକସେନାଙ୍କୁ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.