ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ଯୋଗଦେଇ ପୋଲିସ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ପାଇକରାୟ ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ଦାୟିତ୍ଵ ସମ୍ପାଦନା ବେଳେ ପ୍ରାଣ ହରାଇଥିବା ପୋଲିସ ପରିବାର ଙ୍କୁ ସମବେଦନା ଜଣାଇଥିଲେ।
ସେହିପରି କୋଭିଡ ମୁକାବିଲା ହେଉ କି ମାଓବାଦୀ ମୁକାବିଲା ହେଉ ସେଥିରେ ଜିଲ୍ଲା ପୋଲିସ ଯେଉଁ ପରି ଭାବରେ ତାର ଦକ୍ଷତା ପ୍ରତିପାଦନ କରିଥିଲେ ଶ୍ରୀ ପାଇକରାୟ ତାର ପ୍ରଶଂସା କରିବା ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପାଠ କରିଥିଲେ।
ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଶ୍ରେଷ୍ଟ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିବା ଉପ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ କୁମାର ମହାପାତ୍ର, ନିରୀକ୍ଷକ ସୁରେନ୍ଦ୍ର କୁମାର ନାୟକ, ସବ ଇନ୍ସପେକ୍ଟର ଦେବବ୍ରତ ନାୟକ, ମହିଳା କନେଷ୍ଟବଳ ସବିତା କାଲୋ, ସହକାରୀ ଉପ ଆରକ୍ଷୀ ପ୍ରଭାତ କୁମାର ନାୟକ, ମୁଖ୍ୟ ଆରକ୍ଷୀ ସଞ୍ଜୀବ କୁମାର ବେହେରା, ସାଧାରଣ ଆରକ୍ଷୀ ହେମନ୍ତ କୁମାର ପ୍ରଧାନ, ସଶସ୍ତ୍ର ଆରକ୍ଷୀ ସାହୁ, ଟ୍ରାଫିକ ଆରକ୍ଷୀ ସୌଭାଗ୍ୟ କୁମୁରା, ୪ର୍ଥ ଆଇଆରବି ଡେପୁଟି ସୁବେଦାର ସୁରଞ୍ଜନ ବେହେରା, ହାବିଲଦାର ମେଜର ଗଦାଧର କହଁର, ହାବିଲଦାର ଲାଲ ବାହାଦୁର ଥାପା, କନେଷ୍ଟବଳ ପଲ୍ଲବ ପ୍ରଧାନ ପ୍ରମୁଖଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଲୁକାସ ପ୍ରଧାନ ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ପୋଲିସ ଅଧିକାରୀ/କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.