ପୁରସ୍କାର ଓ ଟ୍ରଫି ସହ ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓ.ଏଲ୍.ଆଇ.ସି. ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ, ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଓ ନିଗମର ଅନ୍ୟ ପଦାଧିକାରୀ
ଭୁବନେଶ୍ୱର- ଓଡିଶା ଜଳ ସଂପଦ ବିଭାଗ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମ(ଓଏଲଆଇସି)କୁ ୨୦୨୧-୨୨ ବର୍ଷ ନିମନ୍ତେଶ୍ରେଷ୍ଠ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ସର୍ବଭାରତୀୟସ୍ତରରେ ପୁରସ୍କୃତ କରାଯାଇଛି । ଜଳ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ଓଡିଶା ଉଠାଜଳସେଚନ ନିଗମକୁଏହି ୧୫ତମ ‘ଓ୍ୱାଟର ଡାଇଜେଷ୍ଟ ଓ୍ୱାଟର ଆଓ୍ୱାର୍ଡସ’ପ୍ରଦାନ କରାଯାଇଛି । ଗତ ମାର୍ଚ୍ଚ ୨୯ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଠାରୁ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ ।ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପଗୁଡିକ ରାଜ୍ୟର କୃଷକମାନଙ୍କୁ ଆବଶ୍ୟକୀୟ ଜଳସେଚନ ସୁବିଧାଯୋଗାଇ ଦେବା ସହିତ ସେମାନଙ୍କୁ ବିବିଧ ଚାଷ ପ୍ରକ୍ରିୟାରେ ସହାୟକ ହୋଇଛି । ଏଥି ସହିତ କୃଷକଗୋଷ୍ଠୀମାନଙ୍କର ଉନ୍ନତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ବ୍ୟୟରେ ଜଳସେଚନ ସୁବିଧା ଏବଂ ସହଜରେ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଯୋଗୁଁ କୃଷକମାନେ ବହୁଳ ଭାବେ ଉପକୃତ ହେବା ସହିତ ସଶକ୍ତ ହୋଇପାରୁଛନ୍ତି ।
ଏଲ୍.ଆଇ.ସି ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଗଜେନ୍ଦ୍ର ସିଂହ ଶେଖାବତଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ଅବସରରେ
ଚଳିତ ବର୍ଷ, ଓଡିଶା ଉଠାଜଳସେଚନ ନିଗମ ପ୍ରତିଷ୍ଠା ଦିବସର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଓ.ଏଲ୍.ଆଇ.ସି. ପ୍ରଥମ ଥର କରି ଏହି ଜାତୀୟସ୍ତରୀୟ ପୁରସ୍କାର ଲାଭ କରିଥିବାରୁ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।
ଏହି ଅବସରରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,ଓ.ଏଲ୍.ଆଇ.ସି. ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ, ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ ଏବଂ ଟିମ୍ ଓ.ଏଲ.ଆଇ.ସିକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ସାମୂହିକ ପ୍ରଚେଷ୍ଠା ଫଳରେ ଏହି ସଫଳତା ମିଳିଛି ଓ ଆଗାମୀ ଦିନରେ ଓଡିଶା ଉଠାଜଳସେଚନ ନିଗମ ଅଧିକ ଭଲ କାର୍ଯ୍ୟକରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୨ ବର୍ଷ କୋଭିଡ ଭଳି ଜଟିଳ ପରିସ୍ଥିତିରେ ଖୁବ କମ ସଂଖ୍ୟକ ଉପସ୍ଥାନ କୁ ନେଇ ମଧ୍ୟ ନିଗମକୁ ଚଳ ଚଞ୍ଚଳ କରି ମୁଖ୍ୟମନ୍ତ୍ରୀ ଙ୍କ ସର୍ବଦା ଅଗ୍ରାଧିକାର ଦେଇଥିବା ଚାଷ ଓ ଚାଷୀ ତତ୍ ସହିତ କୋଭିଡ ପରିସ୍ଥିତି ରେ ଜୀବନ ଜୀବିକା ର ସୁରକ୍ଷା ର ପ୍ରୟାସ ପାଇଁ ଚାଷୀକୁ ଗୁରୁତ୍ୱ ଦିଆଯାଇଥିଲା | ଚାଷ ପାଇଁ ଅତ୍ୟନ୍ତ ଅନିର୍ବାର୍ଯ୍ୟ ଜଳ ଯୋଗାଇ ଦେବା ପାଇଁ ସେଚ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ନିର୍ଦ୍ଦେଶ ଥିଲା ତାହାକୁ ମଧ୍ୟ ସଠିକ ରୂପାୟନ କରିବାକୁ ଯତ୍ପରୋନାସ୍ତି ଉଦ୍ୟମ ଜାରି ରଖିଛି ଓଏଲଆଇ ସି। କୋଭିଡ କିମ୍ବା ମରୁଡ଼ି ପରିସ୍ଥିତି ରେ ପ୍ରତେକଟି ଅପହଞ୍ଚ ଚାଷ କ୍ଷେତ୍ର ରେ ଉଠା ଜଳସେଚନ ନିଗମ ପହଞ୍ଚି ଚାଷୀ କୁଳକୁ ଭରଷା ହେବ ବୋଲି ଯେଉଁ ବିଶ୍ୱାସ ମୁଖ୍ୟମନ୍ତ୍ରୀ ରଖିଛନ୍ତି ତାହା ଆଜି ଏହି ପୁରସ୍କାର ମାଧ୍ୟମରେ ପ୍ରମାଣିତ ହୋଇଛି | ଏହି ପୁରସ୍କାର ଆଗାମୀ ବର୍ଷ ମାନଙ୍କ ରେ ଚାଷୀକୁଳ ପାଇଁ ଆହୁରି ଦକ୍ଷତାର ସହ କାର୍ଯ୍ୟ କରିବା କୁ ଉତ୍ସାହ ବୃଦ୍ଧି କରିବା
ଓ.ଏଲ୍.ଆଇ.ସି.କାର୍ଯ୍ୟାଳୟରେ ପୁରସ୍କାର ଓ ଟ୍ରଫି ସହ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ, ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଓ ନିଗମର ଅନ୍ୟ ପଦାଧିକାରୀ
ମର ଏ ସଫଳତା ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଗମ ପ୍ରତି ଅକୁଣ୍ଠ ଆଶୀର୍ବାଦ ଏବଂ 5T ମୋ ସରକାରର ବଳିଷ୍ଠ ନିଷ୍ପତ୍ତି, ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସଙ୍କ ଘନଘନ ସମୀକ୍ଷା , ବିଭାଗୀୟ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସବୁ କାର୍ଯ୍ୟରେ ସହଯୋଗ ଏବଂ ନିଗମର ପରିଚାଳନା ନିର୍ଦେଶୀକା ଶ୍ରୀମତୀ ଅର୍ଚ୍ଚନା ପଟନାୟକଙ୍କ ଦକ୍ଷ କାର୍ଯ୍ୟଶୈଳୀ ଓ ନିଗମର ସମସ୍ତ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଓ କର୍ମକର୍ତ୍ତା ଙ୍କୁ ସେମାନଙ୍କର ନିଷ୍ଠାପର କାର୍ଯ୍ୟପାଇଁ ଧନ୍ୟବାଦ ଜଣାଇଛନ୍ତି।
ଏଲ୍.ଆଇ.ସି ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଗଜେନ୍ଦ୍ର ସିଂହ ଶେଖାବତଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ଅବସରରେ