ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ, ଆବାଳ ବୃଦ୍ଧ ବନିତା ଗାଇଲେ ଉତ୍କଳ ଜନନୀ ସଙ୍ଗୀତ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଏପ୍ରିଲ ୧ଉତ୍କଳ ଦିବସ। ଦେବଗଡ଼ ଜିଲ୍ଲାର ସଦର ମହକୁମାଠାରେ ଉତ୍କଳ ଦିବସ ପାଳନ ଉପଲକ୍ଷେ ଆଜାଦି କା ମହୋତ୍ସବ ଉତ୍ସବ ପାଳନ ହୋଇଯାଉଛି। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ ଓ ଜାଗରଣ ଆର୍ଟ ଇଣ୍ଟରନେସନାଲ(କଳା ଓ ସଂସ୍କୃତି ର ଅନୁଷ୍ଠାନ) ର ମିଳିତ ସହଯୋଗରେ ସ୍ଥାନୀୟ ରାଜା ବାସୁଦେବ ହାଇ ସ୍କୁଲ ଖେଳ ପଡିଆ ଠାରେ ଉତ୍କଳ ଦିବସ ପାଳନ କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ ରେବତୀ ବିଲୁଙ୍ଗ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଆଦର୍ଶ ମହାବିଦ୍ୟାଳୟ ର ଅଧକ୍ଷ ବିଜୟ କୁମାର ମହାରଣା, ସମ୍ମାନୀତ ଅତିଥି ଭାବରେ ଆଇନଜୀବୀ ଦିଲ୍ଲୀପ କୁମାର ଗୁରୁ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ପ୍ରମୁଖ ମଞ୍ଚାସିନ ହୋଇ ବରପୁତ୍ର ମାନଙ୍କର ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ସମ୍ମାନ ପ୍ରଦର୍ଶନ କରିଥଲେ। ଏହି ଅବସରରେ ଜାଗରଣ ଆର୍ଟ ଓ ସୁର ସଙ୍ଗମ ବିଦ୍ୟାଳୟ ର ମିଳିତ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଉଥିଲା। ସମସ୍ତ ଅତିଥି ଓ ଦର୍ଶକ ମିଳିତ ଭାବରେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।
ପ୍ରାରମ୍ଭିକ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ମଞ୍ଚାସିନ ଅତିଥି ବୃନ୍ଦ ସ୍ଵତନ୍ତ୍ର ଓଡ଼ିଶା ଗଠନ ରେ ଓଡିଆ ବରପୁତ୍ର ମାନଙ୍କର ଅବଦାନ ଏବଂ ପ୍ରାକୃତିକ ସମ୍ପଦ ଭରା ଓଡ଼ିଶା ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମ ର ଶେଷରେ ପୁଣି ଥରେ ସାମୁହିକ ଭାବରେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ କୁ ସମାପ୍ତ କରାଯାଉଥିଲା।

Leave A Reply

Your email address will not be published.