ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସମୋନାଥ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟ ସଂସ୍ଥା ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସମସ୍ତ ଆସିଷ୍ଟାଣ୍ଟ ଜିଲ୍ଲାପାଳ ସୁକାନ୍ତ ପ୍ରଧାନ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସ୍ୱେଚ୍ଛେସେବୀ ଅନୁଷ୍ଠାନ ମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଭାଷଣ ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ସାଧନ କର୍ମୀ ଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମମତା ଚୋୖଧୁରୀ ଅଂଶୁଘାତ ଓ ତାହାର ସଚେତନତା ଉପରେ ବୁଝାଇଥିଲେ । ତହସିଲଦାର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ପ୍ରକଳ୍ପ ଅଧିକାରୀ ଉକ୍ତ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଗ୍ରୀଷ୍ମ ଲହରୀ ଉପରେ ଆଲୋଚନା କରିଥିଲେ । ପ୍ରକୃତ ଭାବରେ ଅଧିକ ପ୍ରଭାବିତ ହେଉଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ । ଜନସ୍ୱାସ୍ଥ୍ୟ ଅଧିକାରୀ, ଗ୍ରୀଷ୍ମ ଲହରୀର ଲକ୍ଷଣ ଓ ଏହାର ଚିକିତ୍ସା ଉପରେ ବିଷଦ ଆଲୋଚନା କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗ୍ରୀଷ୍ମ ଲୋହରୀ ସମୟରେ ପାଠପଢାର ସମୟ ନିର୍ଘଣ୍ଟ ତଥା ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ସମସ୍ତ ଜିଲ୍ଲା ଅଧିକାରୀ ମାନେ ପ୍ରତ୍ୟକ୍ଷ ଭାବରେ ଆଲୋଚନାରେ ଅଂଶ ଗ୍ରହଣ କରି ସରକାରଙ୍କର ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ ଓ ରାୟଗଡ ଗ୍ରୀଷ୍ମ ଲହରୀକୁ ସଠିକ ଭାବରେ ମୁକାବିଲା କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post