ଚୁଆଁ ପାଣିରେ ମେଂଟୁଛି ଶୋଷ

0

ଉମରକୋଟ/ଜିତେନ୍ଦ୍ର ମହାନ୍ତି: ସ୍କୁଲ ମିଟିଙ୍ଗ ରେ ମାଷ୍ଟ୍ର କହୁଛି ପିଲାଙ୍କୁ ମଇଳା କାହିଁକି ପିନ୍ଧାଉଛ, ହଲେ କଣ କରିବେ ଲୋକଙ୍କୁ ଯେଉଁଠି ପିଇବାକୁ ପାଣି ନାହିଁ ସେଠି ପିଲାଙ୍କ ଡ୍ରେସ ସଫା କରିବାକୁ କୋଉଠୁ ପାଣି ଆଣିବେ, ଏହି କଥାଟି ହେଉଛି ଟେଣ୍ଡେକା ଡାଙ୍ଗରି ଗାଁ ର ଗ୍ରାମବାସୀଙ୍କ ଜଳାଭାବ ର ବେଦନା l ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳବିକଳ ଟେଣ୍ଡେକାଡଙ୍ଗରି ଗ୍ରାମବାସୀ lଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଝରୀଗାଁ ସଦର ବ୍ଲକ୍ ଠାରୁ ମାତ୍ର ତିନି କିଲୋମିଟର ଦୂର ଏହି ଗାଁ
ପାଖାପାଖି 70 ଆଦିବାସୀ ପରିବାର ରୁହନ୍ତି ଏହି ଗାଁରେ, ହେଲେ ସରକାର ଙ୍କ କୃପlଦୃଷ୍ଟି ଏମାନଙ୍କ ଉପରେ ଆଜିଯାଏ ପଡ଼ିପାରି ନାହିଁ l ଅବହେଳିତ ଗ୍ରାମବାସୀଙ୍କ ଲାଗି ଏକମାତ୍ର ଚୂଆପାଣି ହିଁ ଭରଷା ହୋଇପଡିଛି l
ନୀତି ଗାଁ ଠାରୁ ଦୂରରେ ଏକ ଛୁଆଁ ରୁ ପଣିଆଣି ଶିଶୁ ଗର୍ଭବତୀ ଙ୍କ ଠାରୁ ଆବାଳବୃଦ୍ଧ ଏହି ପାଣିରେ ଶୋଷ ମେଣ୍ଟାଉ ଥିବା କହନ୍ତି l
ଗାଁ ରେ ରହିଛି ତିନି ତିନି ଟା ଅଚଳ ନଳକୂପ କେବେବି ଟୋପାଏ ପାଣି ବାହାରୁନାହିଁ ହେଲେ ଗୋଟିଏ ନଳକୂପରୁ ମାତ୍ର ସରୁ ଧାରାରେ ଯାହା ପାଣି ବାହାରୁଚି ତାହା ମାତ୍ର ପାଞ୍ଚ ଦଶ ଘରକୁ ନିଅଣ୍ଟ l ଯେଉଁଥି ପାଇଁ ଲୋକଙ୍କ ଗାଧୁଆ ହେଉ ଶୌଚ ହେଉ କି ପିଇବା ଲାଗି, ଏହି ଛୁଆଁ ହିଁ ଏକମାତ୍ର ଭରସା l ଏଠି କୁହାଯାଇପାରେ କୁଆଡେ ଗଲା ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ ର ବ୍ୟବସ୍ଥା l ଏଠି ଗାଁ ଲୋକଙ୍କ ଦୟନୀୟ ସ୍ଥିତି ପାଇଁ କିଏ ଦାୟୀ, ଏହି ଗ୍ରାମର ଗ୍ରାମବାସୀ କଣ ଭୁଲ କରିଛନ୍ତି, ଏହି ଆଦିବାସୀ ବହୁଳ ଗ୍ରାମବାସୀଙ୍କୁ କାହିଁକି ଆଦିମ ମାନବ ଭଳି ଛୁଆଁ ପାଣି ପିଇବା ଲାଗି ଛାଡିଦିଆ ଯାଇଛି, ନବରଙ୍ଗପୁର ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଆଜି ପ୍ରଶାସନକୁ ଅନୁରୋଧ କରୁଛୁ ତୁରନ୍ତ ପଦକ୍ଷେପ ନେଇ ଏମାନଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଉ, ନଚେତ ଏଭଳି ଦୂଷିତ ପାଣି ପିଇ ନିଶ୍ଚିତ ଭାବେ ଗାଁ ର ଶିଶୁ ଠାରୁ ବୃଦ୍ଧ ରୋଗଗ୍ରସ୍ତ ହୋଇପଡିବେ l ଯେତେବେଳେ କି ବିକାଶର କଥା କହୁଥିବା ସରକାରକୁ ଆଉ ଏକ ପ୍ରଶ୍ନର ସାମ୍ନା କରିବାକୁ ପଡିବ l

Leave A Reply

Your email address will not be published.