ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ପୂର୍ଣ୍ଣାଙ୍ଗ ପେନସନର ବ୍ୟବସ୍ଥା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନୀ ପଞ୍ଚାୟତର ତୁବୁରଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁରୁବାର ଦିନ ଅବସର ଗ୍ରହଣ କରିଛନ୍ତି।
ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏନେଇ ଏକ ସମ୍ଭର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଅବସରକାଳୀନ ସମ୍ୱର୍ଦ୍ଧନା ସହ ତାଙ୍କ ନିମନ୍ତେ ପୂର୍ଣ୍ଣାଙ୍ଗ ପେନସନ ବ୍ୟବସ୍ଥା କରାଯାଇଛି। ତାଙ୍କୁ ହିସାବ ନିୟନ୍ତ୍ରକ, ଓଡିଶା , ଭୁବନେଶ୍ୱରଙ୍କ ଦ୍ଵାରା ମଞ୍ଜୁରୀ ପ୍ରାପ୍ତ ପେନସନ ଚିଠା କାଗଜପତ୍ର ଓ ଦସ୍ତାବିଜ୍ ହସ୍ତାନ୍ତର କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନୟନ ରଞ୍ଜନ ମଣ୍ଡଳ , ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଦନ କହଁର , ଶିକ୍ଷା ଉପ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ମୂରଲୀଧର ବେହେରା , ଶିକ୍ଷା ବିଭାଗର ଆଞ୍ଚଳିକ ସାଧନ ସଂଯୋଜକ, ବରିଷ୍ଠ ଶିକ୍ଷକ ଗଣ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.