ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ଏଏଲ୍‌ଏସ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

0

ଭୁବନେଶ୍ୱର:- ସୁନ୍ଦରଗଡ ଜିଲ୍ଲାର କୋଇରା ବ୍ଲକଠାରେ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ପକ୍ଷରୁ ୨୪ଙ୍ଘ୭ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ(ଏଏଲ୍‌ଏସ୍‌) ଆମ୍ବୁଲାନ୍ସ ସେବାର ଆରମ୍ଭ ହୋଇଯାଇଛି ।
ଏହି ଅତ୍ୟାଧୁନିକ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଉପକରଣ ଯେପରିକି ଭେନ୍ଟିଲେଟର, ସକ୍ସନ୍ ମେସିନ୍‌, ନେବୁଲାଇଜର ଇତ୍ୟାଦି ରହିଛି । ଏହି ଏଏଲ୍‌ଏସ୍ ଆମ୍ବୁଲାନ୍ସ ସେବା ଦ୍ୱାରା କାଲମଙ୍ଗ, ଗୋରାବୁର୍‌ହାନି ଏବଂ ସାଗାସାହି ଗ୍ରାମରେ ବସବାସ କରୁଥିବା ୧୦୦୦ରୁ ଅଧିକ ଗ୍ରାମବାସୀ ଉପକୃତ ହୋଇପାରିବେ ।
କୋଇରା ବ୍ଲକ ବିଡିଓ ପଲ୍ଲବୀ ରାଜ ଫ୍ଲାଗ୍ ଦେଖାଇ ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କୋଇରା ପିଡବ୍ଲ୍ୟୁଡି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ କୁମାର, ଏଏମ୍‌/ଏନ୍‌ଏସ୍ ଇଣ୍ଡିଆର ସିଏସ୍‌ଆର ମୁଖ୍ୟ ବିକାଶ ଯାଦଭେନ୍ଦୁ, ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ସାଗାସାହିର ମାଇନ୍ସ ମ୍ୟାନେଜର ଏଲ୍‌.ଡି. ବାବୁ, ଏବଂ କମ୍ପାନୀର ସିଏସ୍‌ଆର ଲିଡ୍ ଜିତେଶ୍ ରଥ ଉପସ୍ଥିତି ଥିଲେ ।
ଏଠାକାର ସ୍ଥାନୀୟ ଅଚଂଳବାସୀଙ୍କ ନିମନ୍ତେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ପାଇଁ ଓଡିଶା କୋଇରା ବ୍ଲକ ବିଡିଓ ପଲ୍ଲବୀ ରାଜ ଏଏମ୍‌/ଏନ୍‌ଏସ୍ ଇଣ୍ଡିଆର ସିଏସ୍‌ଆର ବିଭାଗକୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ କହିଥିଲେ ଯେ ଏହି ସେବା ଯୋଗୁଁ ଅଚଂଳର ଗୁରୁତର ରୋଗୀମାନେ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ଡାକ୍ତରୀ ଚିକିତ୍ସା ପାଇପାରିବେ ।
ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ସିଏସ୍‌ଆର ମୁଖ୍ୟ ବିକାଶ ଯାଦଭେନ୍ଦୁ କହିଲେ, ଏକ ଦାୟୀତ୍ୱବାନ କର୍ପୋରେଟ୍ ସଂସ୍ଥା ଭାବେ ଆମେ ସବୁ ସମୟରେ ଆମର କାର୍ଯ୍ୟକ୍ଷେତ୍ର ଅଚଂଳର ସର୍ବଙ୍ଗୀନ ସମାଜିକ ବିକାଶମୂଳକ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଏହି ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା ଏଠାକାର ରୋଗୀମାନଙ୍କୁ ତୁରନ୍ତୁ ସେବା ପ୍ରଦାନ କରାଯିବା ସହ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିବାରେ ସହାୟକ ହେବ ।

Leave A Reply

Your email address will not be published.