ରୌଦ୍ରତାପକୁ ଦୃଷ୍ଟିରେ ରଖି ସ୍କୁଲ ନିର୍ଘଣ୍ଟ ପୁନଃ ଧାର୍ଯ୍ୟ କଲେ ରାଜ୍ୟ ସରକାର

0

ଭୁବନେଶ୍ୱର : ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା (ସରକାରୀ, ଅନୁଦାନପ୍ରାପ୍ତ ଅଥବା ଘରୋଇ ) ଶିକ୍ଷାନୁଷ୍ଠାନ ପାଇଁ ସ୍କୁଲ ସମୟରେ ବା କ୍ଳାସ ନିର୍ଘଣ୍ଟରେ ପରିବର୍ତ୍ତନ କରିଛନ୍ତି । ଏପ୍ରିଲ ଦୁଇ ତାରିଖ ଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ନିର୍ଘଣ୍ଟ ସକାଳ 6 ଟା 30 ରୁ ପୂର୍ବାହ୍ନ 10 ଟା 30 ଓ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ନିର୍ଘଣ୍ଟ ସକାଳ ସାତଟା ରୁ ଦିନ 11ଟା 30 ଯାଏଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଧାର୍ଯ୍ୟ କରିଛନ୍ତି । ମଧ୍ୟାହ୍ନ ଭୋଜନ ପାଇଁ ସରକାର ଅନୁମତି ଦେଇଥିବା ବେଳେ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।କୋଭିଡ ପ୍ରୋଟୋକାଲ ପାଳନ ସହିତ ପିଲାମାନଙ୍କୁ ଛତା ଆଣିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପରାମର୍ଶ ଦେବେ । ଗ୍ରୀଷ୍ମଅବକାଶ ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ।

Leave A Reply

Your email address will not be published.