ବାରିପଦା(ଦିଲ୍ଲୀପ ମହାନ୍ତି) :- ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡି ଚଳାଇ ସିରିଜ୍ ଦୁର୍ଘଟଣା ଘଟାଇଲା ଏକ ୧୦ ଚକିଆ ସିମେଣ୍ଟ ବୋଝେଇ ଟ୍ରକର ଚାଳକ । ଜନସାଧାରଣ ଟ୍ରକ୍ ଟିକୁ ଗୋଡ଼ାଇ ଗୋଡ଼ାଇ ବାରିପଦା ସହରର ଟ୍ରାଫିକ୍ ଛକ ନିକଟରେ ଅଟକ ରଖି ଗଣଧୁଲାଇ ପରେ ବାରିପଦା ଟାଉନ ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ । ଘଟଣା ମୁତାବକ ମାର୍ଚ୍ଚ ୩୦ ଅପରାହ୍ନରେ ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ୍ ଉଦଳା ରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ ପ୍ରଥମେ ବେପରୁଆ ଗାଡି ଚାଳନା ଯୋଗୁ ବାସିପିଠା ନିକଟରେ ଦୁଇ ଯୁବକ ମରଣ ମୁଁହରୁ ଅଳ୍ପକେ ବର୍ତିଯାଇଥିବା ବେଳେ ଡୁକୁରା ଠାରେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଖସିଯାଇଥିଲା । ଫଳରେ ବସ ଟି ସାମାନ୍ୟ ଭଙ୍ଗାରୁଜା ହୋଇଥିବା ବେଳେ ସୌଭାଗ୍ୟ ବସତ ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାଯାଇଛି । ଟ୍ରକ୍ ଟି ସେଠାରୁ ଆସି କରଞ୍ଜିଆ,ପୋଡାଅସ୍ତିଆ ରେ ଦୁର୍ଘଟଣା ଘଟାଇ ବାରିପଦା ସହରର ବୁଢାବଳଙ୍ଗ ନଦୀ ପୋଲ ଉପରେ ଦୁଇଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଲରେ ଜଣଙ୍କର ମୃତ୍ୟୁ ଘଟିଥିବା ବେକେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ବାରିପଦା ପି.ଆର.ଏମ୍ ମେଡିକାଲ କଲେଜରେ ମୃତ୍ୟୁ ହୋଇଛି । ତେବେ ଟ୍ରକ୍ ଚାଳକ ଜଣଙ୍କ ଅତ୍ୟଧିକ ମଦ୍ୟପାନ କରିଥିବା ନିଜ ମୁଁହରେ ସ୍ୱୀକାର କରୁଛି । ମୃତକ ମାନେ ହେଲେ ବାରିପଦା ସଦର ଥାନା ଅଧିନ ଶାମାଖୁଣ୍ଟା ବ୍ଳକ ତେଲିବିଲା ଗ୍ରାମର ସୁରେଶ କାଳନ୍ଦୀ ଓ ଭଞ୍ଜ କାଳନ୍ଦୀ।