ଜଗତସିଂପୁର/ସୁମନ୍ତ କୁମାର ଦାସ:ଆଜି ବୁଧବାର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଆଶା ,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଆଦି କବି ଶାରଳା ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି କାଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ପ୍ରଦୀପ ପ୍ରଜୋଳନ କରି କାଯ୍ୟକ୍ରମ କୁ ଉଦ୍ ଘାଟନ କରିଥିଲେ। ଶ୍ରୀଯୁକ୍ତ ସ୍ୱଚ୍ଚିଦାନନ୍ଦ ସାହୁ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କ୍ଷେତ୍ରବାସୀ ଦଶ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ବାରିକ ,ଜିଲ୍ଲା ସଂସ୍କୃତି ଅଧିକାରୀ- ଦିଲ୍ଲୀପ କୁମାର ଜେନା ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମା ଏବଂ କୁଷ୍ଠ.ଡା.ସନ୍ତୋଷ କୁମାର ବେହେରା,ଷ୍ଟେଟ୍ କନ୍ସସଲାଣ୍ଟ -କମ୍ୟୁନିଟି ପ୍ରୋସେଶ ସୁଶାନ୍ତ କୁମାର ନାୟକ (CPRC),ଡି. ପି.ଏମ୍ ଚକ୍ରଧର ଜେନା ପ୍ରମୁଖ ଉପସ୍ଥିତ ରହି ଆଶା ଦ୍ଵାରା କରାଯାଇଥିବା ସମସ୍ତ ସେବା ମୂଳକ କାଯ୍ୟ ,କୋଭିଡ଼୍ ମହାମାରୀ ରେ ସେମାନଙ୍କ ଦ୍ଵାରା କରାଯାଇଥିଵା ମହାନ କାଯ୍ୟ ଉପରେ ସମସ୍ତେ ପ୍ରଶଂସା କରିଥିଲେ।ସେହିପରି ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି କାଯ୍ୟକ୍ରମ ର ପ୍ରଶଂସା କରଯାଇଥିଲା।ବ୍ଲକ ସ୍ତରରୁ Best Asha ମାନଙ୍କୁ (ପ୍ରତି ବ୍ଲକ ରୁ ୩ ଜଣ) କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ବାସ୍ଥ୍ୟ ସେବାରେ କାଯ୍ୟ କରୁଥିବା ୩୦ ଜଣ ଆଶା ଙ୍କୁ ମାନପତ୍ର,ଟ୍ରଫି ଓ ଫୁଲ ତୋଡା଼ ଦିଆଯାଇ ସଂମ୍ମନୀତ କରଯାଇଥିଲା । ଜିଲ୍ଲା ସ୍ତରରେ ୪ଜଣ ଆଶା – ଜ୍ୟୋସ୍ନାରାଣୀ ପରିଡ଼ା(କୁଜଙ୍ଗ),ପୁଷ୍ପାଞ୍ଜଳି ନାୟକ(ନାଉଗାଁ)-(୨ଜଣ ପ୍ରଥମ),ଳଷ୍ମୀପ୍ରିୟା ଓଝା (ଜଗତସିଂପୁର ବ୍ଲକ୍)-ଦ୍ୱୀତିୟ -ଏବଂ ପ୍ରମିଳା ବାରିକ -(ତୃତୀୟ )-ରଘୁନାଥପୁର ଙ୍କୁ ଅର୍ଥରାଶି ସହ ସ୍ବତନ୍ତ୍ର ମାନପତ୍ର ଓ ଟ୍ରଫି ପ୍ରଦାନ କରଯାଇଥିଲା। ସେହିପରି ପ୍ରତ୍ୟେକ ବ୍ଲକ୍ ରୁ ଗୋଟିଏ ଗାଁ କଲ୍ୟାଣ ସମିତି ଅର୍ଥାତ ମୋଟ ୮ଟି ଗାଁ କଲ୍ୟାଣ ସମିତି କୁ ସୁସ୍ଥ ଗାଁ ପୁରସ୍କାର (ପ୍ରତ୍ୟେକ ଙ୍କୁ)୧୦,୦୦୦ ଦଶ ହଜାର ଟଙ୍କା ଅର୍ଥରାଶି ,ଟ୍ରଫି ଓ ମାନପତ୍ର ପ୍ରଦାନ କରଯାଇଥିଲା ଏବଂ ୪ଟି ଗ୍ରାମପଞ୍ଚାୟତ ଯଥା – ଏରସମା ବ୍ଲକ୍ ର ଜୀରାଇଲୋ,ବିରିଡି ବ୍ଲକ୍ ଶଙ୍ଖପୁର ,ତିତ୍ତୋଲ ବ୍ଲକ୍ ର ଗୋବିନ୍ଦ ପୁର ଏବଂ କୁଜଙ୍ଗ ବ୍ଲକ୍ ର ଗୋପିଆକୁଦ ଙ୍କୁ ସୁସ୍ଥ ପଞ୍ଚାୟତ ପୁରସ୍କାର ସ୍ୱମ୍ମାନୀତ କରି ପ୍ରତ୍ୟେକ ଗ୍ରାମପଞ୍ଚାୟତ କୁ ଅର୍ଥ ରାଶି ପ୍ରତିଗ୍ରାମପଞ୍ଚାୟତ କୁ୧୦ ହଜାର ଟଙ୍କା ଦେବା ସହିତ ଟ୍ରଫି ମାନପତ୍ର ପ୍ରଦାନ କରଯାଇଥିଲା।ଏଥିରେ ଗୋବିନ୍ଦପୁର ଗୋପିଆକୁଦ ଓ ଶଙ୍ଖ ପୁର ରସରପଞ୍ଚ ଆସି ସମ୍ବଦ୍ଧିତ ହୋଇଥିଲେ।ସେହିପରି ପାରାଦ୍ୱୀପ ସହରାଞ୍ଚଳ ୩୧ ଟି ମହିଳା ଆରୋଗ୍ୟ ସମିତି ଏବଂ ଜଗତସିଂପୁର ୬ଟି ମହିଳା ଆରୋଗ୍ୟ ସମିତି କୁ ସ୍ବତନ୍ତ୍ର ସାର୍ଟିଫିକେଟ ,ଟ୍ରଫି ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରଯାଇଥିଲା । ଗତବର୍ଷ ୨୦୨୦-୨୧ ରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ କାୟା କଳ୍ପ ସମ୍ମାନ ଜଗତସିଂପୁର ଜିଲ୍ଲାରେ ୧୩ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏହି କାଯ୍ୟକ୍ରମ ରେ ମେଡ଼ିକାଲ ଅଫିସର ଏବଂ ଆୟୁଷ ଡାକ୍ତରଙ୍କୁ ସମ୍ବଦ୍ଧିତ କରଯାଇଥିଲା। ଏଥିରେ ଏରସମା ବ୍ଲକର ଡ଼ୀହସହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବିଜେତା ହୋଇଥିବାରୁ ଅନୁଷ୍ଠାନ କୁ ୨ ଲକ୍ଷ୍ୟ ଅର୍ଥରାଶି ପ୍ରଦାନ କରାଯାଇଛି ଏବଂ ଅନାନ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।ଏହି ଜିଲ୍ଲା ସ୍ତରୀୟ କାଯ୍ୟକ୍ରମ କୁ ସୁକାନ୍ତ କୁମାର ପ୍ରଧାନ ,ଡ଼େପୁଡ଼ୀ ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ସଠିକ ଭାବେ ସଂଯୋଜନା କରୁଥିଲେ।ଏହି କାଯ୍ୟକ୍ରମ ର ପରିଚାଳନାରେ ଆସିଷ୍ଟାଣ୍ଟ ମ୍ୟାନେଜର କମ୍ୟୁନିଟ୍ ପ୍ରୋସେସ୍ ଅମିତା ପଣ୍ଡା ,ଏ. ପି. ଏମ୍ ଅର୍ବାନ ହେଲଥ୍ -ମମତା ଦଶ୍ ଆସିଷ୍ଟାଣ୍ଟ ମ୍ୟାନେଜର କ୍ୱାଲିଟି ସୁଜାତା ଦାସ,ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର ନୀଳମାଧବ ରଥ ,ଆସିଷ୍ଟାଣ୍ଟ ମ୍ୟାନେଜର ଏଲ୍.ଏ.ଆଇ.ଏସ୍ ସ୍ୱସ୍ତି ମହାନ୍ତି ଭି.ଵିଡି କନସଲାଣ୍ଟ ଅସିତ କୁମାର ଦଶ୍ ପ୍ରମୁଖ ପରିଚାଳନା କରିଥିଲେ।ଶେଷରେ ସମସ୍ତ ଆଶା ,ଅଙ୍ଗନ ବାଡ଼ି କର୍ମୀ ମାନଙ୍କ ମଧ୍ୟରେ କୁଇଜ୍ କରାଯାଇ ପୁରସ୍କାର ପ୍ରଦାନ କରଯାଇଥିଲେ ।ଜିଲ୍ଲା ସ୍ତରରୁ ସ୍ବାସ୍ଥ୍ୟ ଵିଭାଗର କର୍ମଚାରୀ ,ବ୍ଲକ୍ ଏବଂ ପ୍ରାଥମିକ କେନ୍ଦ୍ରରୁ ମେଡ଼ିକାଲ ଅଫିସର,ଆୟୁଷ ଡାକ୍ତର ,ଵି. ମି. ଏମ୍,ପି. ଏଚ୍.ଇ.ଏ ଆଦି ଯୋଗଦାନ କରି କାଯ୍ୟକ୍ରମ କୁ ସଫଳ କରିଥିଲେ।ପରି ଶେଷରେ ଆସିଷ୍ଟାଣ୍ଟ ମ୍ୟାନେଜରକମ୍ୟୁନିଟି ପ୍ରୋସେଶ ଅମିତା ପଣ୍ଡା ସମସ୍ତଙ୍କୁ ଧନ୍ୟଵାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.