ନୂଆପଡାରୁ ଯଶୋବନ୍ତ କୁମାର: ସାହିତ୍ୟ ଓ ସଂସ୍କୃତି ସଂପନ୍ନ ଖଡିଆଳ ବର୍ତ୍ତମାନ ମଦ ଜାଲରେ। ଦେଶୀ, ବିଦେଶୀ ମଦ ବିଭିନ୍ନ ପ୍ରକାରର ନିଷିଦ୍ଧ ନିଶାଦ୍ରବ୍ୟ ଓ ଔଷଧର ବ୍ୟବହାର ଅଛି ଖଡିଆଳ ଆବାଳବୃଦ୍ଧ ବନିତାଙ୍କର ଚିନ୍ତାର କାରଣ ହୋଇ ଯାଇଛି। ମଦ୍ୟପାନ କେବଳ ଖଡିଆଳ କାହିଁକି ସାରା ଓଡିଶା ଓ ଭାରତ ବର୍ଷର ସମସ୍ୟା, ମାତ୍ର ଖଡିଆଳ ସସ୍କୃତି, ସାହିତ୍ୟ, କଳା, ସେବା, ରାଜନିତି, ପ୍ରଶାସନ , ଖେଳ ପ୍ରଭୃତି କ୍ଷେତ୍ରରେ ଯେଉଁ ଅବଦାନ ଦେଇ ଆସୁଥିଲା ମାଦକ ଦ୍ରବ୍ୟର ବ୍ୟବହାର ଯୋଗୁଁ ବର୍ତ୍ତମାନ ଏସବୁ କ୍ଷେତ୍ରରେ ନୂତନ ସମ୍ଭାବନା ଗୁଡିକ ବାଧାପ୍ରାପ୍ତ।
ଖଡିଆଳ ସହରରେ ସରକାରୀ ଲାଇସେନ୍ସ ପ୍ରାପ୍ତ ଗୋଟିଏ ଦେଶୀ ମଦଭାଟି ଏବଂ ଗୋଟିଏ ବିଦେଶୀ ମଦ ଦୋକାନ ଅଛି। ଏହା ବ୍ୟତୀତ ଏଠାରେ ଅଛି ପ୍ରତ୍ୟେକ ୱାର୍ଡରେ ଅନେକ କୁଚିଆ ମଦ ଦୋକାନ, ଦୁଇଟି ବାର ଏବଂ ଅନେକ ଢାବା ଯେଉଁଠାରେ କି ମଦ ବିକ୍ରି ଓ ମଦ୍ୟପାନରେ ଲୋକଙ୍କ ଅସୁବିଧା ନାହିଁ। କୁଚିଆ ମଦ ଦୋକାନ ଗୁଡିକର ସଂଖ୍ୟା ଏତେ ଅଧିକ ଯେ ପ୍ରତ୍ୟେକ ୫୦ କିମ୍ବା ୧୦୦ ମିଟର ଦୂରତାରେ ଗୋଟିଏ ଗୋଟିଏ ଦୋକାନ। ଏହି ଦୋକାନ ଗୁଡିକ ଚଲାଉଥିବା ମାଳିକ ମାନେ ବିଭିନ୍ନ ବର୍ଗର ଲୋକ। ବର୍ତ୍ତମାନ ଖଡିଆଳ ରେ ୧୩ ଟି ୱାର୍ଡ ରେ ପାଖାପାଖି ୧୦୦ ଟି କୁଚିଆ ଦୋକାନ ଥିବାର ଅନୁମାନ କରାଯାଉଛି। ମଦ ବିକ୍ରି କରି ଏହି ଲୋକମାନେ ମାଳାମାଳ ହେଉଛନ୍ତି, ମାତ୍ର ମଦ ପିଉଥିବା ଲୋକ ସର୍ବସ୍ୱ ହରାଇ ସର୍ବସ୍ୱାନ୍ତ ହେଉଛନ୍ତି। ଏମାନଙ୍କ ଭିତରୁ ବହୁତ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗର ଶୀକାର ହେଉଛନ୍ତି। ଯକୃତ ରୋଗରେ ଶୀକାର ହୋଇ ପ୍ରତିବର୍ଷ ଅନେକ ବ୍ୟକ୍ତି ମୃତ୍ୟୁବରଣ କରିବାର ଅନେକ ଉଦାହାରଣ ରହିଛି। ମଦ ପିଇବା ଲୋକର ପରିବାର ପ୍ରତିଦିନ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘରୋଇ ହିଂସା, ଆର୍ଥିକ ଅବନତି, ସାମାଜିକ ପ୍ରତିଷ୍ଠାରେ ଆଂଚ ଏହି ପରିବାର ମାନଙ୍କର ମୁଖ୍ୟ ସମସ୍ୟା। ମଦ୍ୟପାନରେ ଅଭ୍ୟସ୍ତ ବ୍ୟକ୍ତି ନିଜ ପରିବାର ର ସଦସ୍ୟ ମାନଙ୍କର ଖାଦ୍ୟ, ବସ୍ତ୍ର, ଶିକ୍ଷା, ସ୍ୱାସ୍ଥ୍ୟ ରେ ଅବହେଲା କରୁଛି। ଏହି ପରିବାରର ସଦସ୍ୟ ମାନେ ହିଁ ଶେଷରେ ବିପଥଗାମୀ ଦେବାର ଅନେକ ଉଦାହରଣ ଅଛି। ଘରର ଟିଅ ଝିଅ ବୋହୁ ମାନଙ୍କ ଅବସ୍ଥା ଯେ କଣ ହେଉଥିବ ସହଜରେ ଅନୁମେୟ।
ବର୍ତ୍ତମାନ ଖଡିଆଳର ବିଦେଶୀ ମଦର ଶୀକାର ହେଉଛନ୍ତି ମୁଖ୍ୟତଃ ଯୁବପିଢି। ଦେଶୀ ମଦ ପ୍ରତି ସମ୍ଭାନ୍ତପଣିଆ ଘୃଣାଭାବ ଯୋଗୁଁ ଉଚ୍ଚଦାମ୍ ଦେଇ ଏମାନେ ବିଦେଶ ମଦକୁ ଆଦରି ନେଉଛନ୍ତି। ପ୍ରତି ସଂନ୍ଧ୍ୟୁା ରେ ଖଡିଆଳ ଓ ଆଖେପାଖେ ଅଞ୍ଚଳର ନିଛାଟିଆ ସ୍ଥାନ ଗୁଡିକ ଆମ ଯୁବ ଗୋଷ୍ଠି ଗୁଡିକ ଆର୍କଷିତ କରୁଛି ମଦ୍ୟପାନ ପାଇଁ। ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବିଦେଶୀ ମଦ ଯୁବ ସମାଜକୁ ଆହୁରି ତଳକୁ ନେଇ ଯାଉଛି। ଯେଉଁମାନେ ମଦ ଅର୍ଥାଭାବ ଯୋଗୁଁ ପିଇ ପାରନ୍ତି ନାହିଁ ସେମାନେ ନିଷିଦ୍ଧ ଔଷଧ କିଣି ପିଉଛନ୍ତି। ବେପାରି ତ ମାଳାମାଳ ହେଉଛନ୍ତି ନିଃସ୍ୱ। ଯେଉଁମାନେ ପରିବାର ରୁ ପଇସା ପାଉ ନାହାନ୍ତି, ମଦ ପିଇ ବିଭିନ୍ନ ଅସାମାଜିକ କାର୍ଯ୍ୟ ମଧ୍ୟ କରିବାକୁ ପଛାଉ ନାହାନ୍ତି। ଖଡିଆଲ ସହରରେ ଚୋରି ସଂଖ୍ୟା ଏଥିପାଇଁ ବଢିଚାଲିଛି।
ପ୍ରଶ୍ନ ଉଠେ ଯେ ଏତେ ପରିମାଣରେ କୁଚିଆ ମଦ ଦୋକାନ ଚାଲିଛି କାହାର ସାହାସରେ ? କଣ ଏହା ପୋଲିସ ଓ ପ୍ରସାସନର ନଜରକୁ ଏଡାଇ ଚଳିବା ସମ୍ଭବ କି ? କଣ ସରକାର ମଦଭାଟି ସରକାରୀ ମଦ ଦୋକାନକୁ ଲାଇସେନ୍ସ ଦେବାଭଳି ଏମାନଙ୍କୁ ମଧ୍ୟ ଲାଇସେନସ୍ ଦେଇଛନ୍ତି କି ? ଯଦି ପୋଲିସ ଓ ଅବକାରୀ ବିଭାଗର ଅଜ୍ଞାତସାର ରେ ଏପରି ଚାଲିଲୁଛି, ତେବେ ଆମ ପୋଲିସ ଓ ଅବକାରୀ ବିଭାଗଙ୍କ ପାରିବାପଣିଆ ନେଇ ପ୍ରଶ୍ନ ଉଠୁଛି। ଏବଂ ଯଦି ଏହା ଆମ ପୋଲିସ ଓ ଅବକାରୀ ବିଭାଗ ଜ୍ଞାତସାରରେ •ଲିଛି। ତେବେ ଲୋକେ ପ୍ରଶ୍ନ ଉଠାଇବା ସ୍ୱାଭାବିକ ଯେ ସରକାରଙ୍କ ଏହି ବିଭାଗ ମାନେ କଣ କୁଚିଆ ଦୋକାନିଙ୍କୁ ମଦ ବିକ୍ରି କରିବା ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅନୁମତି ଦେଉଛନ୍ତି ? ଏପରି ଦୋକାନ ଗୁଡିକ ଦ୍ୱାରା କେତେ ଯେ ପରିବାର ଉଜୁଡି ଯ୍ଧମକ୍ତନ୍ତି ତାହା ଆଇନ ଶୃଙ୍ଖଳା, ପ୍ରଶାସନିକ ଦାୟିତ୍ୱତରେ ଥିବା ଅଧିକାରୀମାନେ ବୁଝି ପାରିବେ କି ? ଯେହେତୁ ସେମାନଙ୍କ ନିଜ ପରିବାର ସୁଖ ଏବଂ ସ୍ୱାଚ୍ଛନ୍ଧ୍ୟରେ ରହୁଛନ୍ତି ତେଣୁ ସେମାନେ ଲୋକଙ୍କ ସମସ୍ୟାକୁ ବୁଝି ପାରୁ ନାହାନ୍ତି ବୋଧହୁଏ।
ଅନ୍ୟ ଦିଗରେ ଏପରି କୁଚିଆ ମଦ ଦୋକାନରୁ ପୋଲିସ ଓ ଅବକାରୀ ବିଭାଗ ନିଜର ଉପରି ଆୟର ବ୍ୟବସ୍ଥା କରୁନାହାନ୍ତି ତ? ଯଦି ଏହା ଏପରି, ତେବେ କଥା ସାଂଘାତିକ। ଭବିଷ୍ୟତରେ ଏପରି ମାନବଦ୍ରୋହି, ଦଶଦ୍ରୋହି, ଅଣ ସାମାଜିକ କର୍ମଚାରୀ ମାନଙ୍କ ଲୋଭ ବଢିଚାଲିବ ଏବଂ ସେମାନେ ଆହୁରି ଏପରି କୁଚିଆ ଦୋକାନ ଖୋଲୁଥିଲେ ଖୁସି ହେଉଥିବେ। ଏଣୁ ବିଶେଷ କରି ମହିଳାମାନଙ୍କ ମଧ୍ୟରେ ମଦକୁ ନେଇ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି। ଯଦି ପ୍ରଶାସନ ଏଥି ପାଇଁ ବର୍ତ୍ତମାନ ଠାରୁ ସଜାଗ ନ ହୁଏ ତେବେ ଆସନ୍ତା ଦିନରେ ଏକ ଜନ ଆନ୍ଦୋଳନ ଯେ ସୃଷ୍ଟି ନ ହେବ ଏହା କେହି କହିପାରିବେ ନାହିଁ। ଲୋକେ ଯଦି ବାଧ୍ୟ ହୋଇ ଆଇନ ଶୃଙ୍ଖଳାକୁ ହାତରେ ନେବେ ତେବେ ସେତେବେଳେ ପ୍ରଶାସନ ଏଥିପାଇଁ ଦାୟୀ ରହିବକି ବୋଲି ଜନସାଧାରଣରେ ପ୍ରଶ୍ନ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.