ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାଡ଼ିକିଳା ପଞ୍ଚାୟତରେ ରବିବାର ବିଜେପି ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ନେତାମାନେ ଯୋଗଦେଇ ପରସ୍ପର ମଧ୍ୟରେ ଭାବବିନିମୟ କରିଥିଲେ।ଏଥିରେ ବସନ୍ତ ପଟ୍ଟନାୟକ, ପ୍ରହ୍ଲାଦ ବରାଡ଼, ସ୍ନେହରଞ୍ଜନ ଦାସ ଜୟସିଂହ, ଜଗନ୍ନାଥ ପାଣିଗ୍ରାହୀ, ସୁଶାନ୍ତ କୁମାର ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଗାମୀ ଦିନରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ କର୍ମୀଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଥିଲା। ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ମଜଭୁତ କରି ଆଗାମୀ ଦିନରେ ବିଭିନ୍ନ ରାଜନୈତିକ କ୍ଷେତ୍ରରେ ଦଳକୁ ଅଧିକ ସଶକ୍ତ କରିବା ନେଇ ଆଲୋଚନା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.