ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ଓଡ଼ଗାଁ ଏନ୍ଏସିସ୍ଥିତ ରଘୁନାଥ ବିଦ୍ୟାପୀଠ ପରିସରରେ ସୋମବାର ବ୍ଳକ୍ ସ୍ତରୀୟ ବିଜ୍ଞାନ ସେମିନାର-୨୦୨୬ ଅନୁଷ୍ଠିତ ହୋଇଯାଇଛି। ‘ଇଣ୍ଡିଆ ଏନର୍ଜି (୨୦୪୭)ସମ୍ଭାବନା ଏବଂ ଆହ୍ୱାନ’ ଶୀର୍ଷକରେ ଆୟୋଜିତ ଏହି ସେମିନାରରେ ବିଭିନ୍ନ ହାଇସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସେମିନାରରେ ଓଡ଼ଗାଁ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରସନ୍ନ କୁମାର ଦାଶ ଓ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପବିତ୍ର କୁମାର ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ। ଶିକ୍ଷକ ରାଜିବ ଲୋଚନ ସାହୁଙ୍କ ଗାଇଡରେ ପ୍ରସ୍ତୁତ ହୋଇ ସେମିନାରରେ ଉତ୍କୃଷ୍ଟ ଉପସ୍ଥାପନା କରି ରଘୁନାଥ ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ର ରୁଦ୍ର ନାରାୟଣ ସାହୁ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ପାଇଁ ମନୋନୀତ ହୋଇଛନ୍ତି। ଶିକ୍ଷକ ତ୍ରିଲୋଚନ ସାମନ୍ତରାୟ ଓ ଚିତ୍ତରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post