ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଗ୍ରୀଷ୍ଣ ଋତୁର ବିଦ୍ୟୁତ୍ ଚାହିଦା ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ

0
  •  ଶୀର୍ଷ ଚାହିଦା ୬୮୪ ମେଗାୱାଟ୍ ସ୍ପର୍ଶ କରିବା ଆଶା ରହିଛି

  •  ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ନେଟୱାର୍କରେ ଉନ୍ନତି, ଲୋଡ୍ ପୂର୍ବାନୁମାନ ଓ ପ୍ରଯୁକ୍ତିର ଉପଯୋଗ

ବ୍ରହ୍ମପୁର: ଚଳିତ ଗ୍ରୀଷ୍ଣ ଋତୁରେ ପ୍ରବଳ ଗରମ ହେବା ନେଇ କରାଯାଇଥିବା ଆକଳନ ଓ ପୂର୍ବାନୁମାନ ଅନୁଯାୟୀ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ କରିବା ଲାଗି ଓଡ଼ିଶାରେ ଟାଟା ପାୱାର୍ ନେତୃତ୍ୱାଧୀନ ବିତରଣ କଂପାନି (ଡିସକମ୍)ଗୁଡ଼ିକ ପ୍ରସ୍ତୁତ ହୋଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ଗ୍ରୀଷ୍ଣ ଋତୁରେ ବିଦ୍ୟୁତ୍ ଚାହିଦା ୬୮୪ ମେଗାୱାଟ୍ ରହିବା ଆକଳନ କରାଯାଇଥିବା ବେଳେ ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ୟାପକ ନେଟୱାର୍କ ଉନ୍ନତି ଓ ପ୍ରଯୁକ୍ତି ଅଭିଯାନ ହାତକୁ ନିଆଯାଇଛି ଯାହା କଂପାନିକୁ ଆଗାମୀ ଗ୍ରୀଷ୍ଣ ଋତୁର ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ସହାୟକ ହେବ।
ନେଟୱାର୍କ ଉନ୍ନତୀକରଣ:
ଗ୍ରୀଷ୍ଣ ପାଇଁ ପ୍ରସ୍ତୁତି ସ୍ୱରୂପ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଛି। କଂପାନି ୪୬ ସିକେଟି କିମିର ନୂଆ ୩୩ କେଭି ଲାଇନକୁ ନିଶ୍ଚିତ କରିଛି। ଏହା ୩୩୨ ବିତରଣ ଟ୍ରାନ୍ସଫର୍ମର୍ (ଡିଟିଆର୍)ର ତୈଳ ଲିକ୍କୁ ପରିଦର୍ଶନ କରିଛି ଏବଂ ସାରା ଗ୍ରୀଷ୍ଣରେ ଏହାର ଗ୍ରାହକମାନଙ୍କ ଲାଗି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ୧,୩୩୪ ତ୍ରୁଟିଥିବା ବିତରଣ ଟ୍ରାନ୍ସଫର୍ମର୍ (ଡିଟିଆର୍)କୁ ବଦଳାଇଛି। ଟିପିଏସ୍ଓଡିଏଲ୍ ପକ୍ଷରୁ ୧,୧୨୯ ହାଇ ଟେନ୍ସନ୍ ଓ ୮୫୯ ଲୋ ଟେନ୍ସନ୍ ମାଧ୍ୟମିକ ତାର ଖୁଂଟକୁ ଠିଆ କରାଯାଇଛିି। ଅନ୍ୟାନ୍ୟ ଅଭିଯାନଗୁଡ଼ିକ ମଧ୍ୟରେ ରହିଛି ନିୟମିତ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ପରିବର୍ତନ, ମରାମତି ଓ ବିତରଣ ବ୍ୟବସ୍ଥାର ସାଇଟରେ ଆର୍ଥିଂ।
ଲୋଡ୍ର ଆକଳନ:
ଚାହିଦା (ଲୋଡ୍)ର ଆକଳନ ହେଉଛି ଶୀର୍ଷ ଚାହିଦା ପରିଚାଳନା ଓ ଏକ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ଏକ ଆବଶ୍ୟକ ପଦକ୍ଷେପ। ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ଉତ୍କୃଷ୍ଟ ଓ ସୁଲଭ ଯୋଜନା ନିମନ୍ତେ ଆଲୋଚ୍ୟ ବର୍ଷର ପ୍ରସ୍ତାବିତ ଅଭିବୃଦ୍ଧି ଓ ଗତବର୍ଷର ଲୋଡ୍ ଅଭିବୃଦ୍ଧି ରୂପରେଖ ଭଳି ଚାହିଦା ଆକଳନକୁ ଟିପିଏସ୍ଓଡିଏଲ୍ ନିଶ୍ଚିତ କରୁଛି।

ଟିପିଏସ୍ଓଡିଏଲ୍ ଅଂଚଳରେ ଗ୍ରୀଷ୍ଣର ଶୀର୍ଷ ଚାହିଦା ଧାରା:

ଅବଧି ଶୀର୍ଷ ଚାହିଦା
୨୦୨୨-୨୩ (ଅନୁମାନ)       ୬୮୪ ମେଗାୱାଟ୍
୨୦୨୧-୨୨                   ୬୫୪ ମେଗାୱାଟ୍
୨୦୨୦-୨୧                    ୬୨୮ ମେଗାୱାଟ୍

“ଏହି ଗ୍ରୀଷ୍ଣରେ ଶୀର୍ଷ ଚାହିଦା ପୂରଣ କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛୁ ଏବଂ ଆମ ଲାଇସେନ୍ସପ୍ରାପ୍ତ ଅଂଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ନେଟ୍ୱର୍କ ଉନ୍ନତୀକରଣ, ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ, ଉନ୍ନତ ପ୍ରଯୁକ୍ତିର ବ୍ୟବହାର ଓ ପ୍ରତିଷେଧମୂଳକ ମରାମତି ବ୍ୟବସ୍ଥା ଭଳି ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରିଛୁ ବୋଲି ଟିପିଏସ୍ଓଡିଏଲ୍ର ସିଇଓ ଶ୍ରୀଯୁକ୍ତ ଅରବିନ୍ଦ୍ ସିଂହ କହିଛନ୍ତି।
ପ୍ରଯୁକ୍ତିର ବ୍ୟବହାର
ପ୍ରଭାବୀ ଓ ଉତ୍ପାଦକ ବିତରଣ ନେଟୱର୍କ ପରିଚାଳନା ପାଇଁ ଟିପିଏସ୍ଓଡିଏଲ୍ ସୁପରଭାଇଜରି କଂଟ୍ରୋଲ୍ ଆଣ୍ଡ୍ ଡାଟା ଆକ୍ୟୁଜିସନ୍ (ସ୍କାଡା) ବ୍ୟବସ୍ଥା ଓ ଜିଓଗ୍ରାଫିକ୍ ଇନଫର୍ମେସନ୍ ସିଷ୍ଟମ୍ (ଜିଆଇଏସ୍) ଭଳି ଉନ୍ନତ ପ୍ରଯୁକ୍ତି ଗ୍ରୀଷ୍ଣ ଋତୁରେ ଶୀର୍ଷ ଚାହିଦା ପରିଚାଳନାରେ ସହାୟକ ହେବ। ଏହି ବ୍ୟବସ୍ଥାଗୁଡ଼ିକ କଂପାନିକୁ ପ୍ରଭାବୀ ଢ଼ଙ୍ଗରେ ଡାଟା ପ୍ରକ୍ରିୟାକରଣ କରିବା, ଚତୁର ନିଷ୍ପତି ଗ୍ରହଣ କରିବା ଏବଂ ଡାଉନ୍ ସମୟକୁ ହ୍ରାସ କରିବାରେ ସହାୟକ ହେବ। କଂପାନି ପକ୍ଷରୁ ବ୍ରହ୍ମପୁରରେ ଏକ ଡାଟା ସେଂଟର୍ କାର୍ଯ୍ୟକ୍ଷମ କରାଯାଇଛି ଯାହା ଜିଆଇଏସ୍, ଏଏମ୍ଆଇ, ସ୍କାଡା ଏବଂ ଅନ୍ୟାନ୍ୟ ଆଇଟି ଆପ୍ଲିକେସନ୍କୁ ଆୟୋଜନ କରିବ।
ଚଳିତ ଗ୍ରୀଷ୍ଣ ଋତୁ ପାଇଁ ବିଦ୍ୟୁତ୍ ଚାହିଦା ଅନୁସାରେ ଏବଂ ପରିଚାଳନା ସମୟରେ ଯେକୌଣସି ଦୁର୍ଘଟଣାକୁ ହ୍ରାସ କରିବା ଲାଗି କଂପାନି ପକ୍ଷରୁ ସଂସ୍ଥାରେ ସୁରକ୍ଷା ସଂସ୍କୃତିକୁ ଗ୍ରହଣ କରାଯାଇଛି। ଉତାପ ଚାପ ଓ ଫାଷ୍ଟ୍ ଏଡ୍ ସଚେତନତା ଉପରେ କଂପାନି ଏହାର ସମସ୍ତ କର୍ମଚାରୀମାନଙ୍କ ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛି। କଂପାନି ପକ୍ଷରୁ ଏହାର କର୍ମଚାରୀମାନଙ୍କ ଲାଗି ହାଲୁକା, ସହଜରେ ନିଶ୍ୱାସପ୍ରଶ୍ୱାସ ନେଇ ହେଉଥିବା ଢ଼ିଲା ପୋଷାକ ଓ ସୁରକ୍ଷା ଟୋପିକୁ ନିଶ୍ଚିତ କରାଯାଇଛି।

Leave A Reply

Your email address will not be published.