କେନ୍ଦୁଝରରେ ମାର୍ଚ୍ଚ ୨୮-୨୯ ସର୍ବ ଭାରତୀୟ ହରତାଳ ସମ୍ପୂର୍ଣ୍ଣ ସଫଳ

0

କେନ୍ଦୁଝର :  ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ମାର୍ଚ୍ଚ ୨୮/୨୯ରେ ସର୍ବଭାରତୀୟ ସ୍ତରରେ ଯେଉଁ ହରତାଳ ଆହ୍ୱାନ ଦିଆ ଯାଇ ଥିଲା ତାହା ଆଜି ପ୍ରଥମ ଦିନରେ ସମ୍ପୂର୍ଣ ସଫଳ ହୋଇଛି । କେନ୍ଦୁଝର ସହର ଏଥି ଲାଗି ପୂରା ଠପ ହୋଇ ଯାଇ ଥିଲା ଅଧିକାଂଶ ଦୋକାନ ସ୍କୁଲ ବନ୍ଦ ଥିଲା । ରାସ୍ତାରେ ଗାଡ଼ି ଚଳାଚଳ ବି ବଂଦ ରହି ଥିଲା ଆଇଏନଟିୟୁସି , ସିଟୁ,  ଏ ଏଆଇଟିୟୁସି,ଅଲ ଇଣ୍ଡିଆ ଆଶା ୱାର୍କସ ୟୁନିୟନ, ଏଏସଏସଆଇଟି , ବ୍ୟାଙ୍କ ଆସୋସିଏସନ ପରି ସର୍ବଭାରତୀୟ ସଂସ୍ଥାର ଅନେକ କର୍ମୀ ଏହି ଆନ୍ଦୋଳନରେ ସାମିଲ ଥିଲେ । ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତିକୁ ତୀବ୍ର ବିରୋଧ କରି ଥିଲେ । ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ  ଦ୍ୱାରା ବ୍ୟାପକ ଆର୍ଥିକ ଅରାଜକତା ହେବ ଦେଶର କ୍ଷତି ହେବ ସେମାନେ ଚେତାବନୀ ଦେଇ ଥିଲେ ।କେନ୍ଦୁଝର ବଜାରରେ ପୂର୍ଣ୍ଣଚନ୍ଦ୍ର ରାଉତ, ଶ୍ରୀହରି ଘଣା, ଦୀନବନ୍ଧୁ ମହାନ୍ତ, କେଶବ ସାହୁ ଏବଂ ଚୈତନ୍ୟ ପ୍ରଧାନ ଏହି ହରତାଳର ନେତୃତ୍ୱ ନେଇ ଥିଲେ ।

Leave A Reply

Your email address will not be published.