ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ମଙ୍ଗଳବା
ର ଦିନ ଗୁମ୍ମା ବ୍ଲକ ଗସ୍ତ କରିଥିବାର ଜଣାପଡିଛି।
ଏହି ଗସ୍ତ ସମୟରେ ସେ ବ୍ଲକର ବିଭିନ୍ନ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ ,ଆଦର୍ଶ ଗାଇ ଗୁହାଳ ଆଦି ପରିଦର୍ଶନ ଓ ନିରୀକ୍ଷଣ କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିବାର ମଧ୍ୟ ଜଣାପଡିଛି।
ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରଥମେ ଗୁମ୍ମା ବ୍ଲକ ଅନୁକୁଣ୍ଡାଗୁଡା ଆଶ୍ରମ ବିଦ୍ୟାଳୟ ଠାରେ ପହଞ୍ଚି ଅତ୍ୟାଧୁନିକ ଲାଇବ୍ରେରୀ ଗୃହ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ପିଲାଙ୍କ ସହ ବସି ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ପାଠ୍ୟ ସମ୍ବନ୍ଧୀୟ ବିଭିନ୍ନ ବିଷୟବସ୍ତୁ ସମ୍ପର୍କରେ ବୁଝାଇଥିଲେ। ଜିଲ୍ଲାପାଳଙ୍କ ଏପରି ପ୍ରେରଣା ଦାୟକ ଶିକ୍ଷା ପାଇ ପିଲାମାନଙ୍କ ମଧ୍ୟରେ ବେଶ ଆନନ୍ଦ ଖେଳିଯାଇଥିବା ବେଳେ ଉତ୍ସାହ ବଢିଥିବାର ଦେଖିବାକୁ ମିଳିଥିଲା।
ଏପରି ୫୦ଗୋଟି ଲାଇବ୍ରେରୀ ବିକଶିତ ହୋଇଥିବାର ଜଣାପଡିଛି । ଏଥିରେ ଆଦିବାସୀ ଛାତ୍ରମାନଙ୍କ ଜୀବନ , ଦକ୍ଷତା , ଶୈଳୀ , ବ୍ୟକ୍ତିତ୍ୱର ବିକାଶ , କାହାଣୀ କହିବା , ଉଚ୍ଚସ୍ୱରରେ ପଢିବା ଆଦି ବର୍ଷ ତମାମ ପ୍ରୋତ୍ସାହନ କାର୍ଯ୍ୟକଳାପ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାପରେ ଜିଲ୍ଲାପାଳ ଶ୍ରୀପଣ୍ଡା କୁର୍ଲଣ୍ଡା ଗ୍ରାମକୁ ଯାଇ ଆଦର୍ଶ ଗାଇ ଗୁହାଳ ପରିଦର୍ଶନ କରିଥିଲେ। ସେହିପରି ସେରଙ୍ଗ ଗ୍ରାମ ଗସ୍ତ କରି ସେଠାକାର ୫-ଟି ଅନ୍ତର୍ଭୁକ୍ତ ସେରଙ୍ଗ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏଠାରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟ ତଥା ଇ-ଲାଇବ୍ରେରୀ , ସ୍ମାର୍ଟ କ୍ଲାସ ରୁମ୍ , ୱାଲ୍ ପେଇଣ୍ଟିଙ୍ଗ କାର୍ଯ୍ୟ ବୁଲି ଦେଖିଥିଲେ।
ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଗୁମ୍ମା ବିଡିଓ ଅନୁପ ଅଭିଷେକ ବେହେରା , ଗୁମ୍ମା ତହସିଲଦାର ଭାସ୍କରଚନ୍ଦ୍ର ସାହୁ , ବ୍ଲକ ସଂପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ
Sign in
Sign in
Recover your password.
A password will be e-mailed to you.