ଦେଶ ବିରୋଧୀ ଏବଂ ଜନ ବିରୋଧୀ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ରେ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ଼ ୟୁନିଅନ ।

0

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଆଜି ଭାରତ ର ବିଭିନ୍ନ ଟ୍ରେଡ଼ ୟୁନିଅନ ର ଡାକରା ରେ ଦୁଇ ଦିନିଆ ଭାରତ ବନ୍ଦ ଡାକରା ସମ୍ପନ୍ନ ହୋଇଛି | ରାୟଗଡା ଜିଲ୍ଲାର ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଆଦିବାସୀ ମୋର୍ଚ୍ଚା ର ଆଦିବାସୀ ନେତା ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ଶତାଧିକ ଆଦିବାସୀ ଆଜି ରାୟଗଡା ଜିଲ୍ଲାର ସଦର ରାୟଗଡା ଏବଂ ଗୁଣୁପୁର ରେ କଟକ ବ୍ରହ୍ମପୁର ଏବଂ କୋରାପୁଟ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୁ ପ୍ରାୟ ଆଠ ଘଣ୍ଟା ରୁ ଅଧିକା ସମୟ ଧରି ଅବରୋଧ କରିବା ଯୋଗୁଁ ସହର ର ବହୁ ଲୋକ ଙ୍କ ଯାତାୟାତ ରେ ଅସୁବିଧା ହୋଇ ଥିଲା ଅନ୍ୟ ପଟେ ଉଭୟ ରାସ୍ତା ରେ ଶତାଧିକ ଟ୍ରକ ବସ ତିନି ଚକିଆ ଦୁଇ ଚକିଆ ଗାଡି ଚଲାଚଳ ସମ୍ପୂର୍ଣ ଠପ ହୋଇ ଯାଇଥିଲା ସରକାରୀ ଅଫିସ ସହ ବହୁ ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଦୋକାନ ବଜାର ଇତ୍ୟାଦି ମଧ୍ୟ ପ୍ରଭାବିତ ହୋଇଥିଲା ଏହି ବନ୍ଦ ରେ ବିଭିନ୍ନ ଟ୍ରେଡ଼ ୟୁନିଅନ ତରଫରୁ 12 ଦଫା ଦାବି କେନ୍ଦ୍ର ସରକାର ଙ୍କୁ ଦିଆଯିବା ସହ ଯଦି କେନ୍ଦ୍ର ର ଭାରତୀୟ ଜନତା ଦଳ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ନ ମାନନ୍ତି ତେବେ ଆଗାମୀ ଦିନରେ ଯେଉ ପରିସ୍ଥିତି ହେବ ତା ପାଇଁ ମୋଦି ସରକାର ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ତ୍ରିପତି ଗମାଙ୍ଗ ।

Leave A Reply

Your email address will not be published.