ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେୱାଇ)କୁ ଦେଶରେ ଷଷ୍ଠ ଥର ପାଇଁ ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ପାଇଁ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଣିବା ପାଇଁ ବିଜେପିର ଏକ ପ୍ରତିନିଧି ମଣ୍ଡଳି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳର ଉପନେତା ମୋହନ ମାଝୀ କହିଛନ୍ତି ଯେ, ଆଜି ଆମ ଦଳର ବିଧାୟକମାନେ ବାଚସ୍ପତିଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଦେଶରେ ଷଷ୍ଠ ଥର ପାଇଁ ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ପାଇଁ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଣିବା ପାଇଁ ବାଚସ୍ପତିଙ୍କୁ ଅବଗତ କରିଥିଲୁ। ଏହି ପ୍ରସଙ୍ଗକୁ ଗୃହରେ ଶୂନ୍ୟକାଳରେ ଉପସ୍ଥାପନ କରାଯାଇଥିଲା। ଏହି ବିଷୟରେ ବାଚସ୍ପତି ଅନୁଧ୍ୟାନ କରିବେ ବୋଲି କହିଥିଲେ। ପରବର୍ତୀ ସମୟରେ ଆମ ସହ ଯୋଗାଯୋଗ କରାଗଲା ନାହିଁ ଏବଂ କିଛି ଉତର ମଧ୍ୟ ପାଇଲୁ ନାହିଁ। ଅଥଚ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଦିଆଗଲା।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୦କୋଟି ଓ ଓଡ଼ିଶାର ପ୍ରାୟ ୩.୨୫କୋଟି ଲୋକ ଉପକୃତ ହୋଇଛନ୍ତି। କେବଳ ଓଡ଼ିଶା ପାଇଁ ୧୦ହଜାର କୋଟିରୁ ଉର୍ଧ୍ଵ ଟଙ୍କା ମୂଲ୍ୟର ଖାଦ୍ୟଶସ୍ୟ ବଂଟନ କରାଯାଇଛି। ତାଙ୍କୁ ଆମ ରାଜ୍ୟର ସମସ୍ତ ବିଧାୟକଗଣ ସଂଘୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଭୁଲ କି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି। ଏଥିପାଇଁ ଆଜି ରାଜ୍ୟପାଳଙ୍କୁ ଭେଟି ଏ ବିଷୟରେ ଅବଗତ କଲୁ। ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ଦେବା ସହ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ପାଇଁ ତାଙ୍କର ହସ୍ତକ୍ଷେପ ଲୋଡାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post