ଜଗତସିଂପୁର/ସୁମନ୍ତ କୁମାର ଦାସ:କୋମଳମତୀ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଚାଲିଛି ପ୍ରୟାସ।ଏଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମାଣିତ୍ରୀ ଗ୍ରାମରେ।ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କେଦାର ଭାରତୀ ପ୍ରତିଭା ଅନ୍ୱେଷଣ ପକ୍ଷରୁ ମାଣିତ୍ରୀ ଗ୍ରାମର ଭାସିଆଣୀ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ।ଅନୁଷ୍ଠାନର ସୌମ୍ୟା ପ୍ରିୟଦର୍ଶିନୀଙ୍କ ତତ୍ୱବଧାନରେ ଆଖପାଖର କୁନିକୁନି ପିଲାମାନଙ୍କୁ ନେଇ ଚିତ୍ରାଙ୍କନ,ବକ୍ତୃତା, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ତିର୍ତ୍ତୋଲ ସରପଞ୍ଚ ପ୍ରୟମ୍ବଦା ମହାପାତ୍ର, ମୁଖ୍ୟବକ୍ତା ସାମ୍ବାଦିକ ତଥା ଶାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ,ଓ ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ଆଇନଜୀବୀ ପ୍ରଶାନ୍ତ କୁମାର ଦାସ, ଯୁବଯନ୍ତ୍ରୀ ସ୍ମୃତି ରଞ୍ଜନ ଦାଶ, ଶିକ୍ଷାବିତ୍ତ ଦେବେନ୍ଦ୍ର କୁମାର ମହାପାତ୍ର, ପୁର୍ବତନ ସରପଞ୍ଚ ଅନ୍ନପୁର୍ଣ୍ଣା ମଲ୍ଲିକ ଓ କେଦାର ଭାରତୀ ପ୍ରତିଭା ଅନ୍ୱେଷଣ ପ୍ରତିଷ୍ଠାନର ଜିଲ୍ଲା ସଂଯୋଜିକା ଜୟଶ୍ରୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ କୁନିକୁନି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ।କୁନି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଦିବ୍ୟଜ୍ୟୋତି ଦାସ,ସାଇସ୍ମିତା କର,ଆକାଶ ବେହେରା, ସୌମ୍ୟପ୍ରିୟଦର୍ଶିନୀ କର,ସ୍ମୃତି ରଞ୍ଜନ ବେହେରା, ଗୀତାଞ୍ଜଳି ମଲ୍ଲିକ, ଯାଜ୍ଞସେନୀ ହୋତା,ଶୁଭଶ୍ରୀ ସାହୁ,ଆୟୂଷ ଶତପଥୀ,ସାଇଲକ୍ଷ୍ମୀ ସ୍ୱାଇଁ ଓ ସଞ୍ଚିତା ମହାନ୍ତି ପ୍ରମୁଖଙ୍କୁ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ ଓ ନୃତ୍ୟ ବିଭାଗରେ ଶ୍ରେଷ୍ଟ କୃତି ପ୍ରତିଯୋଗୀ ଭାବେ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରତ୍ୟୁଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ଦେଖିବାକୁ ଗ୍ରାମବାସୀଙ୍କ ସମେତ ଶତାଧିକ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.