ଜିଲ୍ଲାସ୍ତରୀୟ ବିଶ୍ବ ବନ ଦିବସ-୨୦୨୨ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା, ସହାୟତାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ବ ବନ ଦିବସ-୨୦୨୨ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।
ପାରଳାଖେମୁଣ୍ଡି ବନ ବିଭାଗ ଡିଏଫଓ ଶ୍ରୀ ସଂଗ୍ରାମ କେଶରୀ ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହ ଜଙ୍ଗଲ ସୁରକ୍ଷା ଓ ଅଭିବୃଦ୍ଧି ସହ ଏହାର ଅବକ୍ଷୟକୁ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷର ଉପଯୋଗୀତା ଓ ମହତ୍ୱ ସମ୍ପର୍କରେ କହି ବୃକ୍ଷ ଆମକୁ ଅମ୍ଳଜାନ ଯୋଗାଇ ଥାଏ , ବିନା ଅମ୍ଳଜାନରେ ଆମ ଜୀବନ ଅସମ୍ଭବ ।
ତେଣୁ ସବୁ ପ୍ରକାର ଜଙ୍ଗଲର ସୁରକ୍ଷା କରିବା ସହ ଜଙ୍ଗଲ ସୃଷ୍ଟି , ଅଭିବୃଦ୍ଧି ଓ ସଠିକ ପରିଚାଳନା କରିବା ଦିଗରେ ଲୋକଙ୍କ ମଧ୍ୟରେ ଜାଗରଣ ଓ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଲୋକନାଥ ଦଳବେହେରା ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲରେ ନିଆଁ ଲାଗିବା ଫଳରେ କିଭଳି ଜଙ୍ଗଲ କ୍ଷୟ ହେବା ସହ ତାହା ଜଙ୍ଗଲର ପଶୁପକ୍ଷୀଙ୍କ ସମେତ ପରିବେଶ ଓ ଜଳବାୟୁ ଉପରେ ବିଶେଷ ମାତ୍ରାରେ କୁପ୍ରଭାବ ପକାଇ ଥାଏ , ସେ ସମ୍ପର୍କରେ କହିଥିଲେ।
ଏହି ଅବସରରେ ଅଧିକ ସଂଖ୍ୟକ ବୃକ୍ଷ ଲଗାଇଥିବା ଦିଗରେ ଜିଲ୍ଲାର ଶ୍ରେଷ୍ଠ ବିବେଚିତ ଶିକ୍ଷାନୁଷ୍ଠାନ ଦେଉଳା ବିଦ୍ୟାଳୟକୁ ନଗଦ ୧୦ ହଜାର ଟଙ୍କା ଦେଇ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀପଣ୍ଡାଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା।
ଶେଷରେ ସହକାରୀ ବନ ସରଂକ୍ଷକ ଅଧିକାରୀ ଶ୍ରୀ ଗୌରୀ ପ୍ରସାଦ ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବନ ସୁରକ୍ଷା ସମିତିର ସଦସ୍ୟ , ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ଏବଂ ପ୍ରଶାସନିକ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.