କେନ୍ଦୁଝର: ପୌର ନିର୍ବାଚନର ଭୋଟଦାନ ଯେତେ ପାଖେଇ ଆସୁଛି କେନ୍ଦୁଝରଗଡ଼ରେ ତା ତାତି ସ୍ପଷ୍ଟ ଜଣା ଯାଉଛି । ପୌରପାଳ ଲାଗି ୩ ଲକ୍ଷକୁ ଫୁ କରି ଦେଇଛନ୍ତି କେତେକ ପ୍ରାର୍ଥୀ କୋଟି କୋଟି ଉଡେଇବାକୁ ସେମାନେ ପ୍ରସ୍ତୁତ । ମୁଣ୍ଡପିଛା ଟଙ୍କା ବଣ୍ଟା ହେଉ ଥିବା ଖବର ଆସିଛି । ଟଙ୍କା ବଣ୍ଟାକୁ ନେଇ ରକ୍ତପାତ ଆଟୋପୁରରେ ହୋଇ ଥିବା ଏବେ ଖବର ଆସିଛି । ତେବେ ଆଜି ସକାଳୁ ବିଜେପି ପ୍ରାର୍ଥୀଙ୍କ ପରିବାର ନାମରେ ଭଡା ନଦେଇ ଜଣକ ଦୋକାନ ଘର ମାଡି ବସି ଥିବାର ଆରୋପ ଭାଇରାଲ ହୋଇଛି ଯାହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏଥିଲାଗି ବିଜେପି ବ୍ୟତିବ୍ୟସ୍ତ ହୋଇ ପଡି ଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ସ୍ୱାମୀ କୃଷ୍ଣ ଚନ୍ଦ୍ର ରାଉତ କେନ୍ଦୁଝର ଆଥଲେଟିକ ଆସୋସିଏସନରେ ସହ ସମ୍ପାଦକ ଥିବା ବେଳେ ଦୁର୍ନୀତି କରି ଜିନ୍ଦଲ ଯୋଡ଼ାରୁ ୫୦ ହଜାର ଆଣି ନିଜ ଆକାଉଣ୍ଟରେ ପକାଇ ଧରା ପଡି ତତ୍କାଳୀନ ଜିଲ୍ଲାପାଳ ବଲବନ୍ତ ସିଂଙ୍କ ଦ୍ଵାରା ସଂଘରୁ ବହିଷ୍କୃତ ହୋଇ ଥିଲେ ବୋଲି ଏକ କପିରୁ ଜଣା ଯାଉଛି । ଜଣେ ଦଣ୍ଡିତ ବ୍ୟକ୍ତି ବିଜେଡି ର ପୌର ନିର୍ବାଚନରେ ସାମିଲ ଥିବାରୁ କର୍ମୀଙ୍କ ଭିତରେ ଅସନ୍ତୋଷ ଦେଖା ଯାଇଛି । ତେବେ ବିଜେଡି ବିଜେପି ଟଙ୍କା ଖଟେଇ ଏପରି ଅପବାଦ ପାଉ ଥିବାରୁ କଂଗ୍ରେସ ଫାଇଦା ମାରିବାର ଯଥେଷ୍ଟ ସମ୍ଭାବନା ଦେଖା ଯାଇଛି ।
Sign in
Sign in
Recover your password.
A password will be e-mailed to you.